ମୁମ୍ବାଇରେ ଜନ୍ମ ନେଇଥିଲେ ପୃଥ୍ଵୀ ସ, ଶତକ ହାସଲ କରିବା ପରେ ବିହାରରେ ଖୁସିର ଝଲକ

ପାଟଣା: ଭାରତ ପାଇଁ ନିଜର ଅର୍ନ୍ତଜାତୀୟ କ୍ୟାରିୟର ଆରମ୍ଭ କରିଥିବା କ୍ରିକେଟର ପୃଥ୍ଵୀଙ୍କୁ ନେଇ ପ୍ରଶଂସକମାନେ ଗୁରୁବାର ଦେଶର ଚାରିଆଡେ ଆଲୋଚନା କରୁଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଗୁରୁବାର ରାଜକୋଟ ଷ୍ଟାଡିୟମରେ ପଦାର୍ପଣ ମ୍ୟାଚରେ ଶତକ ହାସଲ କରିବା ପରେ ପୃଥ୍ଵୀଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି।

ମାତ୍ର ୧୮ ବର୍ଷ ୩୨୯ ଦିନ ବୟସରେ ଏକ ସ୍ମରଣୀୟ ଅନୁଭୂତି ଆଣି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି। ପୃଥ୍ଵୀ ବିହାରର ଗୟା ଜିଲ୍ଲା ଅନ୍ତର୍ଗତ ମାନପୁର ନିବାସୀ ଅଟନ୍ତି। ତାଙ୍କ ପିତା ପଙ୍କଜ ସ ମାନପୁର ମୂଳ ନିବାସୀ କିନ୍ତୁ ସେ ମୁମ୍ବାଇରେ ରହିଯାଇଥିଲେ। ସେ ମୁମ୍ବାଇରେ କପଡା ଦୋକାନ ଖୋଲିଥିଲେ। ବର୍ଷ ୧୯୯୯ ନଭେମ୍ବର ୯ରେ ପୃଥ୍ଵୀ ଜନ୍ମଲାଭ କରିଥିଲେ। ବର୍ତ୍ତମାନ ପୃଥ୍ଵୀଙ୍କ ପୂର୍ବଜ ବିହାରରେ ରହୁଛନ୍ତି।

ପଦାର୍ପଣ ମ୍ୟାଚରେ ପୃଥ୍ଵୀ ଶତକ ହାସଲ କରିବା ପରେ ତାଙ୍କ ପୈତୃକ ନିବାସରେ ଉତ୍ସବର ମାହୋଲ ଦେଖାଯାଇଛି। ବିହାରରେ ପଡୋଶୀ ଲୋକମାନେ ବଡ଼ ଉତ୍ସାହର ସହିତ ପୃଥ୍ଵୀଙ୍କ ଶତକକୁ ଶୁଭେଚ୍ଛା ଜଣାଇଛନ୍ତି। ଜେଜେବାପା ଅଶୋକ ସ ମିଠାଇ ବାଣ୍ଟିଛନ୍ତି।

ସମ୍ବନ୍ଧିତ ଖବର