ଟେଷ୍ଟ୍‍ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା: ଅଭ୍ୟାସ୍‌ ମ୍ୟାଚ୍‌ ବେଳେ ଗୁରୁତର ଆହତ ହେଲେ ପୃଥ୍ଵୀ ସ, ଆଡିଲେଡ୍‌ ଟେଷ୍ଟରୁ ଓହରିବା ନିଶ୍ଚିତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍‍ ସିରିଜ୍‌ର ପ୍ରଥମ ମ୍ୟାଚ ଖେଳିବା ପୂର୍ବରୁ ଆହତ ହୋଇ ହୋଇଛନ୍ତି ବ୍ୟାଟ୍ସମ୍ୟାନ ପୃଥ୍ଵୀ ସ। ଆଡିଲେଡରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ପୃଥ୍ଵୀ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଲାଗିଛି ଝଟ୍‌କା। ସିଡ୍‌ନି ଗ୍ରାଉଣ୍ଡ୍‌ରେ ଅଭ୍ୟାସ୍‌ ମ୍ୟାଚ୍‌ ଖେଳୁଥିବା ବେଳେ ଆହତ ହୋଇଛନ୍ତି ପୃଥ୍ଵୀ ସ। ପୃଥୀ ବାଉଣ୍ଡରି ପାଖାପାଖି କ୍ୟାଚ୍‌ ନେବାକୁ ଉଦ୍ୟମ କରୁଥିବା ସମୟରେ ଆହତ ହୋଇଛନ୍ତି। ୧୯ ବର୍ଷିଅ ସ କ୍ୟାଚ୍‌ ଧରିବାକୁ ଯାଉଥିବା ସମୟରେ ଗୋଡ ମୋଡ଼ି ହୋଇ ପଡ଼ି ଯାଇଥିଲେ। ଫଳରେ ତାଙ୍କ ବାମ ଗୋଇଠି ପ୍ରବଳ ମାତ୍ରାରେ କ୍ଷତାକ୍ତ ହୋଇଛି। ଆଘାତ ଏତେ ଜୋର୍‌ ଲାଗିଛି ଯେ ପୃଥ୍ଵୀ ପଡ଼ିଆ ବାହାରକୁ ନିଜେ ଚାଲି କରି ମଧ୍ୟ ଆସି ପାରିଲେ ନାହିଁ।

ପୃଥ୍ଵୀଙ୍କୁ ପଡ଼ିଆରେ ଉପସ୍ଥିତ ଥିବା ସ୍ପୋର୍ସ ଷ୍ଟାଫ୍‌ମାନେ ଉଠାଇକରି ବାହାରକୁ ନେଇ ଆସିଥିଲେ। ତା’ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଛି। ସେଠାରେ ତାଙ୍କର ସ୍କାନ କରାଯାଇଛି। ଆଘାତ କେତେ ଜୋର୍‌ ଲାଗିଛି ତାହା ଏଯାବତ୍‌ ସ୍ପଷ୍ଟ ନ ହୋଇଥିଲେ ବି ସେ ଆଗକୁ ଡିସେମ୍ବର ୬ରେ ହେବାକୁ ଥିବା ଏହି ମ୍ୟାଚ୍‌ ଖେଳି ପାରିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏବେବି ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧିତ ଖବର