ପୃଥ୍ବୀଙ୍କ ଡୋପ୍ ଟେଷ୍ଟ୍‌କୁ ନେଇ ପୁଣି ଦ୍ବନ୍ଦ୍ବ

ମୁମ୍ବାଇ: ଗତ ଫେବ୍ରୁଆରି ମାସରେ ସୟଦ ମୁସ୍ତାକ ଅଲୀ ଟ୍ରଫି ପ୍ରତିଯୋଗିତା ବେଳେ ନେଇଥିବା କଫ୍‌ ସିରପ୍‌କୁ ନେଇ ଡୋପ୍ ଟେଷ୍ଟ୍ ବିଦାଦରେ ପଡ଼ି ନିଲମ୍ବିତ‌ ହୋଇଛନ୍ତି ଅନ୍ତର୍ଜାତୀୟ ଖେଳାଳି ପୃଥ୍ବୀ ସ’। କିନ୍ତୁ ସେତେବେଳେ ଦଳ ସହିତ ଥିବା ମୁମ୍ବାଇ ଦଳ ପ୍ରଶିକ୍ଷକ ବିନାୟକ ସାମନ୍ତ ଏବଂ ଫିଜିଓ ଦୀପ ତୋମାର ମୁହଁ ଖୋଲିବା ପରେ ଦ୍ବନ୍ଦ୍ବ ବଢ଼ିଯାଇଛି। ପୃଥ୍ବୀ ସେତେବେଳେ ଥଣ୍ଡା କି କାଶ ହେବା ନେଇ କୌଣସି ଅଭିଯୋଗ କରିନଥିଲେ। କେବଳ ସାମାନ୍ୟ ଜ୍ବର ହୋଇଥିବା କହିଥିଲେ। ଏପରିକି ଆମର କୌଣସି ସହାୟତା ନେଇନଥିଲେ ବୋଲି ସାମନ୍ତ ଓ ତୋମାର ପ୍ରକାଶ କରିଛନ୍ତି। ଏହା ଦ୍ବାରା ବିସିସିଆଇ ଡୋପ୍ ଟେଷ୍ଟ୍‌କୁ କିଭଳି ପରିଚାଳନା କରୁଛି ପ୍ରଶ୍ନ ଉଠିଛି। ବାସ୍ତବରେ ପୃଥ୍ବୀ ଦଳୀୟ ଡାକ୍ତରଙ୍କ ପରାମର୍ଶ ନ ନେଇ ଇନ୍ଦୋରରେ ରହୁଥିବା ହୋଟେଲରୁ ବାହାରକୁ ଆସି ଜଣେ ଫର୍ମାସିଷ୍ଟଙ୍କୁ ନିଜ କଥା କହିଥିଲେ। ଏଥି ପାଇଁ ତାଙ୍କ ପିତା ପରାମର୍ଶ ଦେଇଥିଲେ। ସେଠାରୁ‌ ସେ କଫ୍‌ ସିରପ୍ କିଣି ଖାଇ ନିଜ ଥଣ୍ଡା ଓ କାଶକୁ ନିୟନ୍ତ୍ରଣକୁ ଆଣିଥିଲେ। ପୃଥ୍ବୀ କେଉଁ ସିରପ୍‌ ନେଇଛନ୍ତି ମନେ ପକାଇ ପାରିନଥିଲେ ମଧ୍ୟ ସେଥିରେ ନିଷିଦ୍ଧ ଟର୍ବୁଟାଲାଇନ୍‌ ରହିଥିବାରୁ ଡୋପ୍ ଟେଷ୍ଟରେ ବିଫଳ ହୋଇଥିଲେ। କିନ୍ତୁ କଫ ସିରପ୍‌ରେ ଏହା ଥିବା ପୃଥ୍ବୀ ଜାଣିଥିବା ସ୍ବୀକାର କରିଥିବାରୁ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର