ଦୁବାଇ: ସନ୍ରାଇଜର୍ସର ବରିଷ୍ଠ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଆହତ ହୋଇ ଆଇପିଏଲ୍ର ଅବଶିଷ୍ଟ ଭାଗରୁ ସଂପୂର୍ଣ୍ଣ ବାଦ୍ ପଡ଼ିବା ପରେ ନବାଗତ ବାମହାତୀ ଦ୍ରୁତ ବୋଲର ପୃଥ୍ବୀରାଜ ୟାରାଙ୍କୁ ଦଳ ତାଙ୍କ ବଦଳ ଖେଳାଳି ଚୟନ କରିଛି। ଅକ୍ଟୋବର ୨ ତାରିଖରେ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ବେଳେ ଭୁବନେଶ୍ବରଙ୍କ ମାଂଶପେସୀ ଟାଣି ହୋଇଯିବାରୁ ସେ ୧୯ତମ ଓଭରରେ ଗୋଟିଏ ବଲ୍ ପକାଇ ଓହରି ଯାଇଥିଲେ। ୨୨ ବର୍ଷୀୟ ଆନ୍ଧ୍ରପ୍ରଦେଶ ଖେଳାଳି ପୃଥ୍ବୀରାଜ ତାଙ୍କ ବଦଳ ଖେଳାଳି ଭାବେ ମନୋନୀତ ହୋଇଥିବା ମଙ୍ଗଳବାର ସନ୍ରାଇଜର୍ସ ହାଇଦ୍ରାବାଦ ଏହାର ଟ୍ବିଟର୍ ହ୍ୟାଣ୍ଡଲରେ ସୂଚନା ଦେଇଛି। ୧୧ ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ୩୯ ୱିକେଟ୍ ନେଇଥିବା ପୃଥ୍ବୀରାଜ ଗତବର୍ଷ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିଥିଲେ। ଖୁବ୍ ଶୀଘ୍ର ସେ ୟୁଏଇରେ ସନ୍ରାଇଜର୍ସ ଶିବିରରେ ଯୋଗଦେବେ ବୋଲି ବିଶ୍ବାସ କରାଯାଉଛି। ଅନ୍ୟପକ୍ଷରେ ଭୁବିଙ୍କ ଆହତ ସମସ୍ୟା ଗ୍ରେଡ୍ ୨ କିମ୍ବା ୩ ହୋଇଥିବାରୁ ସୁସ୍ଥ ହେବାଲାଗି ୬/୮ ସପ୍ତାହ ଲାଗିଯିବ ବୋଲି ବିସିସିଆଇ ଆଶଙ୍କା କରିଛି। ଏହି କାରଣରୁ ସେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତରେ ଯିବା ସମ୍ଭାବନା କ୍ଷୀଣ ବୋଲି ଆକଳନ କରାଯାଉଛି।
ଭୁବିଙ୍କ ବଦଳରେ ପୃଥ୍ବୀରାଜ
/sambad/media/post_attachments/wp-content/uploads/2020/10/sfhsf4h98sf7h98sf7h98sfhfshfshfhfhfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)