୧୧ ବର୍ଷର ରାଜ୍ୟ କୀର୍ତ୍ତିମାନ ଭାଙ୍ଗିଲେ ପ୍ରିୟଙ୍କା, ରାଜ୍ୟ ଦୌଡ଼କୁଦ ଦ୍ବିତୀୟ ଦିନରେ ୫ କୀର୍ତ୍ତିମାନ

କଟକ: କଟକର ମହିଳା ଧାବିକା ପ୍ରିୟଙ୍କା ମହାଳିକ ନୂଆ ରାଜ୍ୟ କୀର୍ତ୍ତିମାନସ୍ଥାପନ କରିଛନ୍ତି। ବାରବାଟୀ ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ଦୌଡ଼କୁଦର ୨୦ କିଲୋମିଟର ଚାଲିବାରେ ପ୍ରିୟଙ୍କା (୧ ଘଣ୍ଟା ୫୫:୩୨ ସେକେଣ୍ଡ) ସ୍ବର୍ଣ୍ଣ ପଦକ ପାଇଛନ୍ତି। ପୂର୍ବରୁ ୨୦୦୮ ମସିହାରେ ଅଡ଼ଶପୁରରେ ହୋଇଥିବା ପ୍ରତିଯୋଗିତାରେ ଶୁଭସ୍ମିତା ରଥ ୧ ଘଣ୍ଟା ୫୮:୪୬.୫ ସେକେଣ୍ଡ ସମୟ ସହ କୀର୍ତ୍ତିମାନ ସ୍ଥାପନ କରିଥିଲେ। ତାଙ୍କ ବ୍ୟତୀତ ୧୪ ବର୍ଷରୁ କମ୍‌ ବାଳକ ଉଚ୍ଚଡିଆଁରେ ଜାନକୀକାନ୍ତ ନାୟକ ୧.୬୭ ମିଟର, ୧୮ ବର୍ଷରୁ କମ୍‌ ବାଳକ ୧୦ କିଲୋମିଟର ଚାଲିବାରେ ଗୋବିନ୍ଦ ପାଣ୍ଡିଆ ୪୯:୨୭.୧ସେକେଣ୍ଡ, ୧୬ ବର୍ଷରୁ କମ୍‌ ବାଳିକା ୩ କିଲୋମିଟର ଚାଲିବାରେ ନିଶା ବାରିକ ୧୬:୧୪.୪ ସେକେଣ୍ଡ ଓ ୧୦୦ ମିଟର ବାଧାଦୌଡ଼ରେ ସବିତା ଟପ୍ପୋ ୧୫.୦ ସେକେଣ୍ଡରେ ନୂଆ ମିଟ୍‌ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପୁରୁଷ ୪୦୦ ମିଟର ଦୌଡ଼ରେ ବିଘ୍ନରାଜ ମିରିଡ଼ିଆ, ୧୫୦୦ ମିଟର ଦୌଡ଼ରେ ଭୀମସେନ ଜାନ୍‌କା, ୧୧୦ ମିଟର ବାଧାଦୌଡ଼ରେ ଅମିତ କୁମାର ମହନ୍ତ, ୨୦ କିମି ଚାଲିବାରେ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଉଚ୍ଚଡିଆଁରେ ସ୍ବାଧୀନ କୁମାର ମାଝୀ, ଟ୍ରିପଲ ଜମ୍ପରେ ସୁକଦେବ ମହାନ୍ତି, ସଟ୍‌ପୁଟରେ ର˚ଜନ କୁମାର ସାହୁ, ଜାଭେଲିନ୍‌ରେ ଦୀପଙ୍କର ବେହେରା, ଡେକାଥଲନ୍‌ରେ ପ୍ରବୀଣ ଛେତ୍ରୀ ଏବ˚ ମହିଳା ୪୦୦ ମିଟର ଦୌଡ଼ରେ ଜଉନା ମୁର୍ମୁ, ୧୫୦୦ ମିଟର ଦୌଡ଼ରେ ନମିତା ପ୍ରଧାନ, ୧୦୦ ମିଟର ବାଧାଦୌଡ଼ରେ ଜସ୍ମିନ୍‌ କିସ୍କୁ, ଡିସ୍‌କସ୍‌ରେ ପାର୍ବତୀ ସେଠୀ ସ୍ବର୍ଣ୍ଣ ପଦକ ପାଇଛନ୍ତି।

ଏମାନଙ୍କ ବ୍ୟତୀତ ବାଳକ ୧୪ ବର୍ଷରୁ କମ୍‌ ୬୦୦ ମିଟର ଦୌଡ଼ରେ ଭୀମ ସଦର, ଲମ୍ବ ଡିଆଁରେ କେଶବ ଗମାଙ୍ଗ, ସଟ୍‌ପୁଟରେ ଓମ୍‌କାର ପ୍ରସାଦ ନନ୍ଦ, ୧୬ ବର୍ଷରୁ କମ୍‌ ୪୦୦ ମିଟର ଦୌଡ଼ରେ ଆର୍ଯ୍ୟନ ଏକ୍କା, ୧୦୦ ମିଟର ବାଧାଦୌଡ଼ରେ ରାଜେନ୍ଦ୍ର ସିଦ୍ଧୁ, ୫ କିମି ଚାଲିବାରେ ସନ୍ତୋଷ କୁମାର ବେହେରା, ଲମ୍ବଡିଆଁରେ ନରେଶ ରୋହିଦାସ, ଉଚ୍ଚଡିଆଁରେ ରାମଜୀତ ମାରାଣ୍ତି, ସଟ୍‌ପୁଟରେ ନଗେଶ ସୁନାମ, ଜାଭେଲିନ୍‌ରେ ପ୍ରଭଞ୍ଜନ ମହାରଣା, ୧୮ ବର୍ଷରୁ କମ୍‌ ୪୦୦ ମିଟର ଦୌଡ଼ରେ ଯଶବୀର ବିଲୁଙ୍ଗ, ୧୫୦୦ ମିଟର ଦୌଡ଼ରେ ଅଭି ସିସା, ୧୧୦ ମିଟର ବାଧାଦୌଡ଼ରେ ଆୟୁଷ ସରକାର, ଉଚ୍ଚଡିଆଁରେ ନିଖିଲ କୁମାର ଦାସ, ଟ୍ରିପଲ ଜମ୍ପ୍‌ରେ ହାଡ଼ିବନ୍ଧୁ ସୋରେନ୍‌, ସଟ୍‌ପୁଟରେ ସମୀର କୁମାର ଲେଙ୍କା, ଜାଭେଲିନ୍‌ରେ ନକୁଳ ଦେବମୁଣ୍ଡା, ଡେକାଥଲନ୍‌ରେ ପଞ୍ଚୁ ମାଝୀ, ୨୦ ବର୍ଷରୁ କମ୍‌ ୪୦୦ ମିଟର ଦୌଡ଼ରେ ସାହିଲ କିରୋ, ୧୫୦୦ ମିଟର ଦୌଡ଼ରେ ଆକାଶ ସି˚ହ, ୧୧୦ ମିଟର ବାଧାଦୌଡ଼ରେ ଦକ୍ଷିଣ ବାସ୍କେ, ୧୦ କିମି ଚାଲିବାରେ ରାଜା ସି˚ହ, ଟ୍ରିପଲ ଜମ୍ପରେ ଭୀମ ସୋରେନ୍‌, ସଟ୍‌ପୁଟ୍‌ରେ ଲଚୁମନ ଶର୍ମା, ଜାଭେଲିନ୍‌ରେ ଶିଶିର ଗୁରୁ, ବାଳିକା ୧୪ ବର୍ଷରୁ କମ୍‌ ୬୦୦ ମିଟର ଦୌଡ଼ରେ ଦୈତା ହନ୍ତାଲ, ଲମ୍ବଡିଆଁରେ ଅହଲ୍ୟା ଲାକ୍ରା, ୧୬ ବର୍ଷରୁ କମ୍‌ ୪୦୦ ମିଟର ଦୌଡ଼ ଓ ଲମ୍ବଡିଆଁରେ ଯମୁନା ଟୁଡୁ, ଡିସ୍‌କସ୍‌ରେ ଦୀପା ସି˚ହ, ୧୮ ବର୍ଷରୁ କମ୍‌ ୪୦୦ ମିଟର ଦୌଡ଼ରେ ବୈଷ୍ଣବୀ ହାତୀ, ୧୫୦୦ ମିଟର ଦୌଡ଼ରେ ମିଲି ମିଞ୍ଜି, ୧୦୦ ମିଟର ବାଧାଦୌଡ଼ରେ ଶ୍ରାବଣୀ ମହାରଣା, ୫ କିମି ଚାଲିବାରେ ପୂଜା ପରିଡ଼ା, ଲମ୍ବଡିଆଁରେ କାଜଲ ମାଝୀ, ଡିସକସ୍‌ରେ ନେତ୍ରମଣି ସି˚ହ, ୨୦ ବର୍ଷରୁ କମ୍‌ ୪୦୦ ମିଟର ଦୌଡ଼ରେ ସୁଖୀ ବାସ୍କେ, ୧୫୦୦ ମିଟର ଦୌଡ଼ରେ ପୂଜା ବେହେରା, ୧୦୦ ମିଟର ବାଧାଦୌଡ଼ରେ ରଶ୍ମିନୀ ମାଝୀ, ୧୦ କିମି ଚାଲିବାରେ ତେଜସ୍ବିନୀ କିସ୍‌ପୋଟା, ଡିସ୍‌କସ୍‌ରେ ଇଭା ଡଙ୍ଗ ପ୍ରଥମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର