ପ୍ରିୟଙ୍କା ସର୍ବାଧିକ ଵିକେଟ ଦଖଲକାରୀ

ମହିଳା ଟ୍ବେଣ୍ଟି-୨୦ ସୁପରଲିଗ୍‌ ପର୍ଯ୍ୟାୟ ସୁଦ୍ଧା ଓଡ଼ିଶାର ପ୍ରିୟଙ୍କା ପ୍ରିୟଦର୍ଶିନୀ ସର୍ବାଧିକ ଵିକେଟ୍‌ ଦଖଲକାରୀ ଭାବେ ତାଲିକାର ଶୀର୍ଷରେ ରହିଛନ୍ତି। ସେ ମୋଟ ୧୧ ମ୍ୟାଚରୁ ୯.୪୧ ହାରରେ ୧୭ ଵିକେଟ୍‌ ନେଇଛନ୍ତି। ତାଙ୍କ ପଛକୁ ମହାରାଷ୍ଟ୍ରର ଡି.ପି. ବୈଦ୍ୟ ୧୫ ଓ ଆର‌୍‌ଏସ୍‌ପିବିର ସ୍ନେହା ରଣା ୧୫ ଵିକେଟ୍‌ ପାଇଛନ୍ତି। ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ ୧୪ ଵିକେଟ୍‌ ସହ ସପ୍ତମ ସ୍ଥାନରେ ଓ ମଧୁସ୍ମିତା ବେହେରା ୧୦ ଵିକେଟ୍ ସହ ୨୬ତମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ସର୍ବାଧିକ ରନ୍‌ ସ˚ଗ୍ରହକାରୀଙ୍କ ମଧ୍ୟରେ ମାଧୁରୀ ମେହେଟ୍ଟା ୨୮୯ ରନ୍‌ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି। ଦିଲ୍ଲୀର ପ୍ରିୟା ପୁନିଆ ୩୮୨ ରନ୍‌ ସହ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଓଡ଼ିଶାର ମଧୁସ୍ମିତା ବେହେରା ୨୩୭ ରନ୍‌ ସହ ଦଶମ, ସରିତା ମେହେର ୧୪୪ ରନ୍‌ ସହ ୩୩ତମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର