ମୁଲାନପୁର: ଯୁବ ତାରକା ପ୍ରିୟାଂଶ ଆର୍ଯ୍ୟ ୧୦୩ ରନ୍, ୪୨ ବଲରେ ୭ ଚୌକା ଓ ୯ ଛକା ମାରି ଚର୍ଚ୍ଚାରେ ଅଛନ୍ତି।  

Advertisment

ପ୍ରିୟାଂଶ ଆର୍ଯ୍ୟ ଆଇପିଏଲ ୨୦୨୪ ପାଇଁ ନିଲାମରେ ନିଜ ନାମ ଦେଇଥିଲେ, କିନ୍ତୁ ତାଙ୍କୁ କୌଣସି ଦଳ କିଣି ନଥିଲା। ଗତ ବର୍ଷ ଦିଲ୍ଲୀ ପ୍ରିମିୟର ଲିଗରେ ଗୋଟିଏ ଓଭରରେ ୬ଟି ଛକା ମାରି ପ୍ରିୟାଂଶ ଚର୍ଚ୍ଚାକୁ ଆସିଥିଲେ। ଚଳିତ ବର୍ଷ ତାଙ୍କୁ ଆଇପିଏ-୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ୩.୮୦ କୋଟି ଟଙ୍କାରେ କିଣିଥିଲା।

ପ୍ରିୟାଂଶ ଆର୍ଯ୍ୟ ୭ ବର୍ଷ ବୟସରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ସେ ସଞ୍ଜୟ ଭରଦ୍ୱାଜଙ୍କ ପ୍ରଶିକ୍ଷଣରେ କ୍ରିକେଟ୍ ଖେଳ ଶିଖିଥିଲେ। ସେ ୨୦୨୩-୨୪ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ୨୨୨ ରନ୍ କରିଥିଲେ, ସେ ଦିଲ୍ଲୀ ପାଇଁ ସର୍ବାଧିକ ରନ୍ ସ୍କୋରର ଥିଲେ।

ପ୍ରିୟାଂଶ ଆର୍ଯ୍ୟ ଏକ ସାକ୍ଷାତକାରରେ ନିଜର କ୍ୟାରିୟର ବିଷୟ‌ରେ ଆଲୋଚନା କରି କହିଥିଲେ, ମୁଁ ଯଦି ଜଣେ କ୍ରିକେଟର ହୋଇ ନଥାଆନ୍ତି, ତେବେ ମୋ ବାପା ଓ ମା’ଙ୍କ ପରି ଜଣେ ଶିକ୍ଷକ ହୋଇଥାଆନ୍ତି। ମୁଁ ଯେତେବେଳେ ବାପା ଓ ମା’ଙ୍କ ସାମ୍ନାରେ ମୋର କ୍ରିକେଟର ହେବାର ଇଚ୍ଛାକୁ ଜଣାଇଥିଲି ସେମାନେ ଏକ ସର୍ତ୍ତ ରଖିଥିଲେ ।

ଆଉ ସର୍ତ୍ତଟି ଥିଲା, ‘ତୁମେ କ୍ରିକେଟର ହୁଅ କି ଯେଉଁ ଖେଳ ପ୍ରତି ରୁଚି ରଖୁଛି ଖେଳ। କିନ୍ତୁ ପାଠପଢ଼ାରେ ପୂର୍ଣ୍ଣ ଧ୍ୟାନ ଦେବାକୁ ପଡିବ। ଏଥିରେ ହେଳା ହେଲେ ସବୁ ଖେଳ ବନ୍ଦ।’