ଷ୍ଟିଲର୍ସ, ୱାରିୟର୍ସର ଚତୁର୍ଥ ବିଜୟ

ଅହମ୍ମଦାବାଦ : ଚଳିତ ପ୍ରୋ କବାଡ଼ି ଲିଗ୍‌ରେ ବୁଧବାର ହରିଆଣା ‌ଷ୍ଟିଲର୍ସ ଏବଂ ବେଙ୍ଗଲ ୱାରିୟର୍ସ ନିଜ ନିଜର ସପ୍ତମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ପାଇଛନ୍ତି। ଷ୍ଟିଲର୍ସ ୩ ପଏଣ୍ଟ୍‌ (୩୬-୩୩) ବ୍ୟବଧାନରେ ୟୁପି ‌ଯୋଦ୍ଧାକୁ ଏବଂ ୱାରିୟର୍ସ ୨ ପଏଣ୍ଟ୍‌ (୨୮-୨୬)ରେ ଗୁଜରାଟ ଫର୍ଚୁନ ଜିଆଣ୍ଟ୍ସକୁ ପରାସ୍ତ କାରିଥିଲା। ଏହି ବିଜୟ ଫଳରେ ଷ୍ଟିଲର୍ସ ୨୧ ପଏଣ୍ଟ୍‌ ସହ ‌ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନତି ହୋଇଥିଲା ବେଳେ ୱାରିୟର୍ସ ୨୫ ପଏଣ୍ଟ୍‌ ସହ ଦ୍ବିତୀୟରେ ପହଞ୍ଚିଛି। ଷ୍ଟିଲର୍ସ ପକ୍ଷରୁ ବିକାଶ କନ୍ଦୋଲା ୧୨ ଏବଂ ୱାରିୟର୍ସ ପକ୍ଷରୁ କେ ପ୍ରପାଜନ ୮ ପଏଣ୍ଟ୍‌ ଲେଖାଏଁ ସ୍କୋର୍‌ କରି ନିଜ ନିଜ ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଗୁରୁବାର ଜୟପୁର ପିଙ୍କ୍‌ ପାନ୍ଥର୍ସ ଏବଂ ପୁନେରି ପଲ୍‌ଟନ୍‌ ମଧ୍ୟରେ ‌ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର