ନୂଆଦିଲ୍ଲୀ,: ଚଳିତ ପ୍ରୋ କବାଡ଼ି ଲିଗ୍ରେ ସୋମବାରର ଦୁଇଟି ମ୍ୟାଚ୍ରେ ହରିଆଣା ଷ୍ଟିଲର୍ସ ଏବଂ ୟୁପି ଯୋଦ୍ଧା ବିଜୟୀ ହୋଇଛନ୍ତି। ଦିଲ୍ଲୀସ୍ଥିତ ତ୍ୟାଗରାଜ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ବିକାଶ କନ୍ଦୋଲା (୧୧ ପଏଣ୍ଟ୍) ଏବଂ ବିନୟ (୯ ପଏଣ୍ଟ୍)ଙ୍କ ଦମ୍ରେ ଷ୍ଟିଲର୍ସ ବିଜୟୀ ହୋଇଥିଲା। ଷ୍ଟିଲର୍ସ ୩ ପଏଣ୍ଟ୍ (୩୬-୩୩) ବ୍ୟବଧାନରେ ବେଙ୍ଗଲ୍ ୱାରିୟର୍ସକୁ ହରାଇ ଷଷ୍ଠ ବିଜୟ ପାଇଥିଲା। ଏଥି ସହ ୩୧ ପଏଣ୍ଟ୍ ସହ ତାଲିକାର ପଞ୍ଚମ ସ୍ଥାନରେ ପହଞ୍ଚି ଯାଇଥିଲା। ଦ୍ବିତୀୟ ମ୍ୟାଚ୍ରେ ୟୁପି ଯୋଦ୍ଧା ୩୫-୩୦ ପଏଣ୍ଟ୍ରେ ପୁନେରି ପଲଟନ୍କୁ ପରାସ୍ତ କରିଥିଲା। ଶ୍ରୀକାନ୍ତ ଯାଦବ ୧୫ ପଏଣ୍ଟ୍ କରି ୟୁପି ଯୋଦ୍ଧାର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ।
ଷ୍ଟିଲର୍ସ, ଯୋଦ୍ଧା ବିଜୟୀ
/sambad/media/post_attachments/wp-content/uploads/2019/08/dgsgsdgsdgsd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)