ପ୍ରୋ-କବାଡ଼ି ଲିଗ୍: ତେଲୁଗୁ ଟାଇଟାନ୍ସ, ୟୁ ମୁମ୍ବା ବିଜୟୀ

ମୁମ୍ବାଇ: ଚଳିତ ପ୍ରୋ-କବାଡ଼ି ଲିଗ୍‌‌ର ମଙ୍ଗଳବାର ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ତେଲୁଗୁ ଟାଇଟାନ୍ସ ଓ ୟୁ ମୁମ୍ବା ବିଜୟୀ ହୋଇଛନ୍ତି। ଏନ୍‌ଏସ୍‌ସିଆଇ ଷ୍ଟାଡ଼ିୟମରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ତେଲୁଗୁ ଟାଇଟାନ୍ସ ୨୮-୨୫ରେ ପୁନେରି ପଲଟନ୍‌କୁ ପରାସ୍ତ କରିଥିଲା। ତେଲୁଗୁ ପକ୍ଷରୁ ରାହୁଲ ଚୌଧୁରୀ ୮ ଓ ପୁନେରି ପକ୍ଷରୁ ସନ୍ଦୀପ ନରୱାଲ ୭ ପଏଣ୍ଟ୍‌ କରିଥିଲେ। ‌ଅନ୍ୟ ଏକ ମ୍ୟାଚ୍‌ରେ ୟୁ ମୁମ୍ବା ୪୧-୨୪ରେ ୟୁପି ଯୋଦ୍ଧାକୁ ହରାଇଥିଲା। ୟୁ ମୁମ୍ବାର ସିଦ୍ଧାର୍ଥ ଦେଶାଇ, ସୁରେନ୍ଦର ସିଂହ ଓ ଦର୍ଶନ କାଦିଆନ୍ ୭ ଲେଖାଏଁ ଏବଂ ୟୁପି ପକ୍ଷରୁ ନରେନ୍ଦର ଓ ସଚିନ କୁମାର ୫ ଲେଖାଏଁ ପଏଣ୍ଟ୍‌ କରିଥି‌ଲେ।

ସମ୍ବନ୍ଧିତ ଖବର