ବ୍ୟାଡମିଣ୍ଟନ ସ˚ଘ ବିବାଦ ‌ତେଜିଲା, ସ୍ବତନ୍ତ୍ର ବୈଠକ ଡକାଇବାକୁ ସଭାପତିଙ୍କୁ ଚିଠି ଲେଖିଲେ ୭ ଜିଲ୍ଲା ସ˚ଘ

‘କେବେ ଓ କେଉଁ ଆଧାରରେ ଆମକୁ ବହିଷ୍କାର କରାଗଲା ଜଣାଅ’

କଟକ: ଓଡ଼ିଶା ବ୍ୟାଡ୍‌ମିଣ୍ଟନ ସ˚ଘରୁ ୭ ଜିଲ୍ଲାଙ୍କ ସ୍ବୀକୃତି ପ୍ରତ୍ୟାହାର କରିନିଆଯିବା ଘଟଣାରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ସ˚ପୃକ୍ତ ଜିଲ୍ଲାସ˚ଘ। ସ˚ଘ ଏବେ ଦୁଇ ଭାଗ ହୋଇଯାଇଥିବା ଘଟଣା ‘ସମ୍ବାଦ’ରେ ପ୍ରକାଶିତ ପାଇବା ପରେ କଟକ, ଢେଙ୍କାନାଳ, ବଲାଙ୍ଗୀର, କେନ୍ଦ୍ରାପଡ଼ା, ଫୁଲବାଣୀ, ଯାଜପୁର ଓ କେନ୍ଦୁଝରର ସମ୍ପାଦକମାନେ ଏବିଷୟରେ ସଭାପତିଙ୍କଠୁ ସ୍ପଷ୍ଟିକରଣ ଲୋଡ଼ିଛନ୍ତି। ସମ୍ବିଧାନ ଅନୁସାରେ କୌଣସି ନିଷ୍ପତ୍ତି ନିଆଯାଇ ନଥିବାବେଳେ ତୁରନ୍ତ ଏକ ସାଧାରଣ ବୈଠକ ଡକାଯାଇ ଏହା ଉପରେ ଦ୍ବଦ୍ବ ଦୂର କରିବାକୁ ଉକ୍ତ ୭ ଜିଲ୍ଲା ସ˚ଘ ଅନୁରୋଧ କରିଛନ୍ତି। ଏପରିକି ଏବିଷୟରେ ରାଜ୍ୟ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଅଲିମ୍ପିକ ସ˚ଘକୁ ମଧ୍ୟ ଅବଗତ କରାଯାଇଥିବା ସୂଚନା ଦିଆଯାଇଛି।

ସ˚ଘର ସମ୍ବିଧାନ ନିୟମ ଅନୁଯାୟୀ, ଏକ ସ୍ବୀକୃତିପ୍ରାପ୍ତ ସଦସ୍ୟକୁ ସାଧାରଣ ପରିଷଦରେ ତିନି ଚତୁର୍ଥା˚ଶ ବହୁମତରେ ବହିଷ୍କାର କରାଯାଇପାରିବ। ଏହାପୂର୍ବରୁ ସ˚ପୃକ୍ତ ସଦସ୍ୟଙ୍କୁ ବ୍ୟକ୍ତିଗତ ହାଜିରାରେ ଶୁଣାଣି କରାଯିବ ଏବ˚ ସମସ୍ତ ଯୋଗାଯୋଗ ରେଜିଷ୍ଟ୍ରି ପୋଷ୍ଟ ଜରିଆରେ କରାଯିବ। କିନ୍ତୁ ଉକ୍ତ ଜିଲ୍ଲାମାନଙ୍କର ସ୍ବୀକୃତି କେବେ ପ୍ରତ୍ୟାହାର କରିନିଆଗଲା ଓ କେଉଁ ଆଧାରରେ ଏହା କରାଗଲା ତାହା ଉପରେ ସ୍ପଷ୍ଟ କରିବାକୁ କୁହାଯାଇଛି। ତେବେ ପୂର୍ବତନ ସମ୍ପାଦକ ସ୍ବର୍ଗତ ପ୍ରଦୀପ ମହାନ୍ତିଙ୍କ ବିରୋଧରେ ଆର୍ଥିକ ଓ ଖେଳାଳି ଚୟନରେ ଅନିୟମିତତା, ବିନା କାଉନସିଲ୍‌ ବୈଠକରେ ନୂଆ ଜିଲ୍ଲାଙ୍କୁ ସ୍ବୀକୃତି ଦେବା ଭଳି ଉକ୍ତ ଜିଲ୍ଲା ସ˚ଘମାନେ ଅଭିଯୋଗ ଆଣିଥିଲେ। ଏସ˚ପର୍କରେ ଓଡ଼ିଶା ଅଲିମ୍ପିକ ସ˚ଘ ନିକଟରେ ଅଭିଯୋଗ କରାଯିବାରୁ ୨୦୧୫ ସେପ୍ଟେମ୍ବର ୨୭ ତାରିଖରେ ଏକ ବୈଠକ ଡକାଯାଇଥିଲା। ବୈଠକର ନିଷ୍ପତ୍ତିକୁ ସ୍ବର୍ଗତ ମହାନ୍ତି ଲାଗୁ କରାଇନଥିଲେ, ଯେଉଁଥିପାଇଁ ଅଲିମ୍ପିକ ସ˚ଘ ଓଡ଼ିଶା ବ୍ୟାଡମିଣ୍ଟନ ସ˚ଘର ସ୍ବୀକୃତି ପ୍ରତ୍ୟାହାର କରିନେଇଥିଲା। ଏପରିକି ୨୦୧୫ ପରଠୁ ସ˚ଘର କୌଣସି କାରବାର ସ˚ପର୍କରେ ଏହି ଜିଲ୍ଲାମାନଙ୍କୁ କିଛି ଅବଗତ କରାଯାଉନଥିଲା। ତେଣୁ ସ˚ଘର ପୁରାତନ ଜିଲ୍ଲା ସଦସ୍ୟ ହୋଇଥିବାରୁ ଆମକୁ କିଛି ନଜଣାଇ ସ୍ବୀକୃତି ପ୍ରତ୍ୟାହାର କରିନିଆଯିବା ଘଟଣା ଜିଲ୍ଲା ସ˚ଘମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି ଏବ˚ ଏହି ନିଷ୍ପତ୍ତି ଅବୈଧ ବୋଲି କୁହାଯାଇଛି। ତେଣୁ ତୁରନ୍ତ ଏକ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଡକାଯାଇ ଉପରୋକ୍ତ ଘଟଣା ବିଷୟରେ ପ୍ରତିକ୍ରିୟା ରଖିବାକୁ ଓ ସମସ୍ତ ଦ୍ବନ୍ଦ୍ବ ଦୂର କରିବାକୁ ଜିଲ୍ଲା ସ˚ଘମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର