ସ୍ବତନ୍ତ୍ର ଅଲିମ୍ପିକ୍ସ ଖେଳାଳିଙ୍କୁ ଓଏଫ୍‌ସିର ବୁଟ୍‌ ଓ ଜର୍ସି ପ୍ରଦାନ

ଭୁବନେଶ୍ବର: ଜାତୀୟ ଶିଶୁ ଦିବସ ଅବସରରେ ସୋମବାର ଓଡ଼ିଶା ଏଫସି ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ସ୍ବତନ୍ତ୍ର ଅଲିମ୍ପିକ୍ସ ଭାରତ-ଓଡ଼ିଶା ଚାପ୍ଟର ସହିତ ମିଶି ଭିନ୍ନକ୍ଷମ ଶିଶୁମାନଙ୍କୁ ଫୁଟ୍‌ବଲ୍‌ର ମୌଳିକ ଶିକ୍ଷା ପ୍ରଦାନ କରାଯାଇଛି। ଏହି ଅବସରରେ ମଧ୍ୟ ଓଡ଼ିଶା ସରକାରଙ୍କ ଏସ୍‌ଏସଇପିଡି ବିଭାଗ ଅଧିନ ଭିନ୍ନକ୍ଷମ ପିଲାମାନଙ୍କୁ ଫୁଟ୍‌ବଲ୍ ‌ବୁଟ୍‌ ଓ ପ୍ରଶଂସକଙ୍କ ପାଇଁ ପ୍ରସ୍ତୁତ ସ୍ବତନ୍ତ୍ର ଜର୍ସି ପ୍ରଦାନ କରିଛି ଓଏଫ୍‌ସି। ଭୁବନେଶ୍ବର ଭିତ୍ତିକ ଏହି କ୍ଲବ୍‌ର ସଭାପତି ରାଜ ଅଥୱାଲ, ଓଏଫ୍‌ସି ପୁରୁଷ ଦଳର ଖେଳାଳି ରେନିଏର୍‌ ଫର୍ଣ୍ଣାଣ୍ଡେଜ୍‌, ପେ‌‌‌ଡ୍ରୋ ମାର୍ଟିନ ଏବଂ ଓଏଫ୍‌ସି ମହିଳା

ଦଳର ଖେଳାଳି ଏନ୍‌ ସୁଇଟୀ ଦେବୀ ଓ ସତ୍ୟବତୀ ଖାଡ଼ିଆ ଉପସ୍ଥିତ ରହି ଶିଶୁ ପ୍ରତିଭାଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇଥିଲେ। ଓପନ୍‌ ଲଣ୍ଣିଂ ସିଷ୍ଟମ୍ସ, ଚେତନା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲି ହାଣ୍ଡିକ୍ୟାପ୍ଡ, କମ୍ୟୁନିଟି ବେସ୍‌ଡ ଇନ୍‌କ୍ଲୁଜିଭ୍‌ ଡେଭେଲପମେଣ୍ଟ ପ୍ରୋଜେକ୍ଟ, ଓଏଲ୍‌ଏସ୍‌ ନିମାପଡ଼ା, କଟକର ମହାନଦୀ ଶିଶୁ ବିହାର ଓ ଆଠଗଡ଼ର ବିବିଏମ୍‌ଏମ୍‌ଏମ୍‌ଆଟିରୁ ସ୍ପେସାଲ ଅଲିମ୍ପିକ୍ସ ଭାରତ-ଓଡ଼ିଶା ଆଥ୍‌ଲେଟ୍‌ମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର