ଭାରତକୁ ରୌପ୍ୟ ଦେଲେ ପ୍ରଭାତ 

ସ୍ୱତନ୍ତ୍ର ଅଲିମ୍ପିକ୍ସ ଦକ୍ଷିଣ ଏସୀୟ ୟୁନିଫାଏଡ୍‌ କ୍ରିକେଟ୍‌

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଅନନ୍ତପୁରଠାରେ ସୋମବାର ଉଦ୍‌ଯାପିତ ସ୍ୱତନ୍ତ୍ର ଅଲିିମ୍ପିକ୍ସ ଦକ୍ଷିଣ ଏସୀୟ ୟୁନିଫାଏଡ୍‌ ଟେ୍ଵଣ୍ଟି-୨୦ କ୍ରିକେଟ୍‌ରେ ଭାରତ ରୌପ୍ୟ ବିଜେତା ହୋଇଛି। ଭାରତକୁ ରୌପ୍ୟ ପଦକ ବିଜୟୀ କରାଇବାରେ ଦଳର ଓଡ଼ିଆ ଅଧିନାୟକ ପ୍ରଭାତ ବରାଳଙ୍କ ଉଲ୍ଲେଖନୀୟ ଅବଦାନ ଓଡ଼ିଶା ପାଇଁ ଗୌରବ ଆଣି ଦେଇଛି। ଲିଗ୍‌ ଭିତ୍ତିରେ ଆୟୋଜିତ ଏହି ପ୍ରତିଯେଗିତାର ପ୍ରଥମ ମ୍ୟାଚ୍‌ରେ ଭାରତ ବାଂଲାଦେଶଠୁ ହାରିଯାଇତିଲା। କିନ୍ତୁ ରୌପ୍ୟ ପଦକ ପାଇଁ ହୋଇଥିବା ମୁକାବିଲାରେ ଭାରତ ଶ୍ରୀଲଙ୍କାକୁ ୫୯.୪୭ ରନରେ ହରାଇ ଦେଇଥିଲା। ପ୍ରଭାତ ବ୍ୟାଟିଂ ବେଳେ ୬ ବଲ୍‌ରୁ ୧୨ ରନ୍‌ ଏବଂ ବୋଲିଂ ବେଳେ ୨ ଓ୍ଵିକେଟ୍‌ ନେଇଥିଲେ।

ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ଏହି ଦଳରେ ନିମାପଡ଼ା ବ୍ଲକ୍‌ ବେରୁହାଁ ଗ୍ରାମର ପ୍ରଭାତ ବରାଳଙ୍କ ସହିତ ଓ୍ଵିକେଟରକ୍ଷକ ଦାୟିତ୍ୱ ତୁଲାଇଥିବା ଶଶୀକାନ୍ତ ସେଠୀ ମଧ୍ୟ ନିମାପଡ଼ାର ରଡ୍‌ ବଜାର ବାସୀ। ସେହି ବ୍ଲକର କଅଁରପୁରର ପୂର୍ଣ୍ଣଚନ୍ଦ୍ର ଜେନା ଏବଂ ଝାରସୁଗୁଡ଼ା ବ୍ରଜରାଜନଗରର ଡେଭିଡ୍‌ ସାହୁ ମଧ୍ୟ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ଆଠଗଡ଼ର ବିବେକାନନ୍ଦ ମହାନ୍ତି ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିଲେ। ଓଡ଼ିଶା କ୍ରୀଡ଼ା ପାଇଁ ଏହା ଗୌରବମୟ ମୁହୂର୍ତ ବୋଲି କହିଛନ୍ତି ସ୍ୱତନ୍ତ୍ର ଅଲିମ୍ପିକ୍ସ ଭାରତ ଓଡ଼ିଶାର ଆଞ୍ଚଳିକ ନିର୍ଦେଶକ ପ୍ରକାଶ କୁମାର ରଥ।

ସମ୍ବନ୍ଧିତ ଖବର