ସ୍ପୋର୍ଟଜ୍ ଏକ୍ସଚେଞ୍ଜ୍‌ର ଦୂତ ହେଲେ ପୃଥ୍ବୀ ସ’

ମୁମ୍ବାଇ : ଭାରତରେ ଫାଣ୍ଟାସି ସ୍ପୋର୍ଟସ୍‍ ଜଗତରେ ଅନ୍ୟତମ ନବୀନ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ କମ୍ପାନୀ ସ୍ପୋର୍ଟଜ୍‍ଏକ୍ସଚେଞ୍ଜ ଏହାର ଦୂତ ଭାବେ ପୃଥ୍ବୀ ସ’ଙ୍କୁ ନିଯୁକ୍ତ କରିଛି। ସ୍ପୋର୍ଟଜ୍‍ଏକ୍ସଚେଞ୍ଜ ତାହାର ବିଷୟବସ୍ତୁ ‘ୟାହାଁ ହୈ କୁଛ ଏକ୍ସଟ୍ରା’ର ଅଂଶସ୍ୱରୂପ ପୃଥ୍ୱୀ ସ’ଙ୍କୁ ନେଇ ନିୟୋଜିତ ରହିବା ଭଳି ବିଷୟବସ୍ତୁ ପ୍ରସ୍ତୁତ କରିବ, ଯାହା ଏହାର ବିବିଧ ଅଫରଗୁଡ଼ିକ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ଆଗାମୀ ଆଇପିଏଲ/ଫାଣ୍ଟାସି ମ୍ୟାଚ୍‌ଗୁଡ଼ିକ ସମୟରେ ବ୍ରାଣ୍ଡ୍‌ର ପହଞ୍ଚକୁ ବହୁଗୁଣିତ କରିବ। ସୂଚନାଯୋଗ୍ୟ ଯେ ପୃଥ୍ୱୀ ସ’ ନିକଟରେ ଫର୍ମକୁ ଫେରିବା ସହ ଭଲ ପ୍ରଦର୍ଶନ କରୁଛନ୍ତି। ବିଜୟ ହଜାରେ ଟ୍ରଫିର ଗୋଟିଏ ଋତୁରେ ସେ ୮୦୦ ରନ୍‍ ସ୍କୋର କରିବାରେ ଏକମାତ୍ର ବ୍ୟାଟ୍‍ସମ୍ୟାନ ହେବାର ଗୌରବ ଲାଭ କରିଥିଲେ।

ସମ୍ବନ୍ଧିତ ଖବର