ମୁଷ୍ଟିଯୁଦ୍ଧ ଅଲିମ୍ପିକ୍‌ ଟେ‌‌ଷ୍ଟ୍‌ ଇଭେଣ୍ଟ୍‌; ସ୍ବର୍ଣ୍ଣ ଜିତିଲେ ପୂଜା, ଶିବ

ଟୋକିଓ: ଭାରତୀୟ ମୁ‌ଷ୍ଟିଯୋଦ୍ଧା ଶିବ ଥାପ୍ପା ଏବଂ ପୂଜା ରାଣୀ ଏଠାରେ ଆୟୋଜିତ ଅଲିମ୍ପିକ୍‌ ଟେଷ୍ଟ୍‌ ଇଭେଣ୍ଟ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଆଶିଷ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥି‌ଲେ। ଗୁରୁବାର ପୁରୁଷ ୬୩ କେଜି ବର୍ଗ ଫାଇନାଲ୍‌ରେ ୪ ଥରର ଏସୀୟ ଓ ପୂର୍ବତନ ବିଶ୍ବ କାଂସ୍ୟ ବିଜେତା ଶିବ ୫-୦ରେ କାଜଖସ୍ତାନର ଜାତୀୟ ଓ ଏସୀୟ କାଂସ୍ୟ ବିଜେତା ସାନାତାଲି ଟୋଲଟାୟେଭଙ୍କୁ ପରାସ୍ତ କରିଥିଲେ। ସେହିପରି ମହିଳା ୭୫ କେଜିରେ ପୂର୍ବତନ ଏସୀୟ କାଂସ୍ୟ ଏବଂ ଚଳିତ ବର୍ଷର ଏସୀୟ ଚାମ୍ପିଅନ୍‌ସିପ୍‌ ରୌପ୍ୟ ବିଜୟିନୀ ପୂଜ‌ା ଅଷ୍ଟ୍ରେଲିଆର କାଟଲିନ୍‌ ପାର୍କରଙ୍କୁ ମାତ୍‌ ଦେଇଥିଲେ। ତେବେ ୬୯ କେଜି ପୁରୁ‌ଷ ବର୍ଗର ଫାଇନାଲ୍‌ରେ ଆଶିଷ ଜାପାନ୍‌ର ସିୱନ୍‌ ଓକାଜାୱାଙ୍କଠୁ ହାରି ରୌପ୍ୟ ପଦକ ପାଇଥିଲେ। ଏହି ପ୍ରତିଯୋଗିତାରେ ଭାରତୀୟ ମହିଳା ଯୋଦ୍ଧା ପୂର୍ବତନ କନିଷ୍ଠ ବିଶ୍ବ ବିଜୟିନୀ ନିଖାତ ଜରୀନ (୫୧ କେଜି) ଓ ସିମ୍ରନଜିତ କୌର (୬୦ କେଜି) ଏବଂ ପୁରୁଷ ଯୋଦ୍ଧା ଏସୀୟ ରୌପ୍ୟ ବିଜେତା ସୁମିତ ସାଙ୍ଗୱାନ (୯୧ କେଜି) ଓ ଭାହ୍ଲିମ୍ପୁଇଆ (୭୫ କେଜି) ସେମିଫାଇନାଲ୍‌ରେ ହାରି କାଂସ୍ୟ‌ରେ ସନ୍ତୁଷ୍ଟ ରହିଥିଲେ।

ସମ୍ବନ୍ଧିତ ଖବର