ବୁଦାପେଷ୍ଟ୍,: ଭରତୀୟ ମହିଳା େଯାଦ୍ଧା ପୂଜା ଧଣ୍ଡା ବିଶ୍ବ କୁସ୍ତି ପ୍ରତିଯୋଗିତାେର କାଂସ୍ୟ ପଦକ ଜିତିଛନ୍ତି। ବୁଦାପେଷ୍ଟ୍ରେ ଚାଲିଥିବା ବିଶ୍ବ ପ୍ରତିଯୋଗିତାରେ ଗୁରୁବାର ୫୭ କିଲୋଗ୍ରାମ୍ ବର୍ଗ କାଂସ୍ୟ ମୁକାବିଲାରେ ପୂଜା ୧୦-୭ରେ ୨୦୧୭ ୟୁରୋପୀୟ ବିଜୟିନୀ ଗ୍ରେସ୍ ଜାକବ ବୁଲେନ୍ଙ୍କୁ ହରାଇଥିଲେ। ଗୋଲ୍ଡକୋଷ୍ଟ୍ ରାଜ୍ୟଗୋଷ୍ଠୀରେ ରୌପ୍ୟ ଜିତିଥିବା ପୂଜାଙ୍କ ଏହା ଚଳିତ ବର୍ଷର ଦ୍ବିତୀୟ ବଡ଼ ପଦକ। ପୂଜାଙ୍କ ପୂର୍ବରୁ ୨୦୦୬ରେ ଅଲକା ତୋମାର, ୨୦୧୨ରେ ଗୀତା ଏବଂ ବବିତା ମହିଳା ବିଶ୍ବ କୁସ୍ତିରେ ଭାରତ ପାଇଁ ପଦକ ଜିତିଥଲେ। ଚଳିତ ସଂସ୍କରଣରେ ବଜରଙ୍ଗ ପୁନିଆ ୬୫ କିଲୋଗ୍ରାମ୍ ପୁରୁଷ ପ୍ରିଷ୍ଟାଇଲରେ ରୌପ୍ୟ ଜିତି ଭାରତକୁ ପ୍ରଥମ ପଦକ ଭେଟି ଦେଇଥିଲେ।
ବିଶ୍ବକୁସ୍ତିରେ କାଂସ୍ୟ ଜିତିଲେ ପୂଜା ଧଣ୍ଡା
/sambad/media/post_attachments/wp-content/uploads/2018/10/page_1-Pooja.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)