ଲଣ୍ଡନ: ପ୍ରଥମଶ୍ରେଣୀ କ୍ରିକେଟ୍ରେ ୫୨ ପାଳି ଧରି ଶତକ ଅର୍ଜନ କରି ନଥିବା ଭାରତୀୟ ବ୍ୟାଟର୍ ଚେତେଶ୍ବର ପୂଜାରା ଶେଷରେ ତିନି ଅଙ୍କ ଛୁଇଁଛନ୍ତି। ଇଂଲିସ୍ କାଉଣ୍ଟି କ୍ରିକେଟ୍ରେ ସସେକ୍ସ ଦଳର ପ୍ରତିନିଧିତ୍ବ କରି ପୂଜାରା କେବଳ କ୍ରିକେଟ୍ର ଏହି ଫର୍ମାଟ୍ରେ ଶତକ ମରୁଡ଼ି ଦୂର କରି ନାହାନ୍ତି, ବରଂ ୨୦୧ ରନ୍ର ପାଳି ଖେଳି ଏକାଧିକ କୀର୍ତ୍ତିମାନ କରି ନେଇଛନ୍ତି। ତାଙ୍କ ଦ୍ବିଶତକ ବଳରେ ସସେକ୍ସ ଏହି ମ୍ୟାଚ୍କୁ ଅମୀମାଂସିତ ରଖିବାକୁ ମଧ୍ୟ ସକ୍ଷମ ହୋଇଛି। କାଉଣ୍ଟି ଚାମ୍ପିଅନସିପ୍ରେ ଦ୍ବିଶତକ ହାସଲ କରିବାରେ ମହମ୍ମଦ ଆଝାରୁଦ୍ଦିନଙ୍କ ପରେ ଦ୍ବିତୀୟ ଭାରତୀୟ ହୋଇଛନ୍ତି ସେ। ଆଝାରୁଦ୍ଦିନ କାଉଣ୍ଟି କ୍ରିକେଟ୍ରେ ଦୁଇ ଥର ଦ୍ବିଶତକ ହାସଲ କରିଛନ୍ତି। ଶେଷ ଥର ପାଇଁ କର୍ଣ୍ଣାଟକ ବିପକ୍ଷରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳି ପୂଜାରା ୨୦୨୦ ଜାନୁଆରିରେ ୨୪୮ ରନ୍ର ପାଳି ଖେଳିଥିଲେ।
ଶତକ ମରୁଡ଼ି ଦୂର କଲେ ପୂଜାରା
/sambad/media/post_attachments/wp-content/uploads/2019/01/2-Pujara.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)