ଆଡିଲେଡ୍‌ ଟେଷ୍ଟ, ଲଢ଼ୁୁଛନ୍ତି ଚେତେଶ୍ୱର ପୂଜାରା, ଭାରତର ସ୍କୋର ୨ଶହ ଟପିଲା

ଆଡିଲେଡ୍‌: ଆଡିଲେଡ୍‌ ଠାରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରୁ ମୁକୁଳି ପାରି ନାହିଁ। ତଥାପି ୭ମ ଓ୍ଵିକଟ ଯୋଡ଼ିରେ ଚେତେଶ୍ୱର ପୂଜାରାଙ୍କ ସହିତ ରବିଚନ୍ଦ୍ରନ ଅଶ୍ୱିନ ଭାରତର ବିପର୍ଯ୍ୟସ୍ତ ବ୍ୟାଟିଂକୁ ସଜାଡ଼ିବା ପାଇଁ ଧର୍ଯ୍ୟର ସହିତ ବ୍ୟାଟିଂ କରି କିଛିଟା ସଫଳ ହୋଇଛନ୍ତି। ତେବେ ୭ମ ଓ୍ଵିକେଟ ଭାବେ ଅଶ୍ୱିନ କୁମିନ୍ସଙ୍କ ବଲରେ ହ୍ୟାଣ୍ଡସକମ୍ବଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ ଫେରି ଆସିବା ପରେ ପୁଣି ଭାରତ ମୁଣ୍ଡ ଉପରେ ବିପଦ ଚକ୍‌କର କାଟିିଛି। ତେବେ ଏକାକୀ ଯୋଦ୍ଧା ଭାବେ ଚେତେଶ୍ୱର ପୂଜାରା ପ୍ରତିପକ୍ଷ ବୋଲିଂର ଦୃଢ଼ ଜବାବ ଦେଇ ଚାଲିଛନ୍ତି।
ଭାରତର ୪ ଜଣ ପ୍ରାରମ୍ଭିକ ବ୍ୟାଟସମ୍ୟାନ ଅତି ଶସ୍ତାରେ ଆଉଟ ହୋଇଯିବା ଦ୍ୱାରା ଭାରତ ବିପଦରେ ପଡ଼ିଥିଲା। ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତ ୪ ଓ୍ଵିକେଟ ହରାଇ ସଂଗ୍ରହ କରଥିଲା ମାତ୍ର ୫୬ ରନ୍‌। ତେବେ ଭାରତର ବିପର୍ଯ୍ୟୟରୁ ଉଦ୍ଧାର କରିବା ସହିତ ଚେତେଶ୍ୱର ପୂଜାରାଙ୍କ ସହିତ ମିଶି ଭାରତର ପାଳି ସମ୍ଭଳି ଆଣୁଥିବା ବେଳେ ରୋହିତ ଶର୍ମା ୩୭ ରନ୍‌ଆଉଟ୍‌ ହୋଇଥିଲେ। ପରେ ପଡ଼ିଆକୁ ଓହ୍ଲାଇଥିିବା ଋଷଭ ପନ୍ଥ ମଧ୍ୟ ଚେତେଶ୍ୱର ପୂଜାରଙ୍କ ସହିତ ପାଳିକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିିଲେ। ତେବେ ପନ୍ଥ ୨୫ ରନ୍‌ରେ ଆଉଟ୍‌ ହେବା ପରେ ରବିଚନ୍ଦ୍ରନ ଅଶ୍ୱିନ ପୂଜାରାଙ୍କୁ ଭରପୁର ସହଯୋଗ ଦେଇଥିଲେ। ତେବେ ଅଶ୍ୱିନୀ ୨୫ ରନ୍‌ରେ ଆଉଟ ହେବା ପରେ ପୂଜାର ଇଶାନ୍ତ ଶର୍ମାଙ୍କୁ ନେଇ ବ୍ୟାଟିଂ କରୁଛନ୍ତି। ଆଜି ପାଇଁ ଆଉ ୧୧ ଓଭର ଖେଳ ବାକି ଥିବା ବେଳେ ଭାରତ ୭ ଓ୍ଵିକେଟ ହରାଇ କରିଛି ୨୦୩ରନ୍‌। ଚେତେଶ୍ୱର ପୂଜାର ଭାରତର ଅଶାଭାବେ ୮୨ ରନ୍‌ କରି ବ୍ୟାଟିଂ କରୁଛନ୍ତି।

ସମ୍ବନ୍ଧିତ ଖବର