ଭାରତୀୟ କ୍ରିକେଟ୍ର ‘ଦ୍ବିତୀୟ କାନ୍ଥ’ ତଥା ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା ଦୀର୍ଘ ୬ ବର୍ଷ ପରେ ଆଇପିଏଲ୍କୁ ଫେରିବାକୁ ଯାଉଛନ୍ତି। ଏବର୍ଷ ତାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) କିଣିଛି। ଆଇପିଏଲ୍ ପ୍ରତ୍ୟାବର୍ତ୍ତନ ନେଇ ଅତ୍ୟନ୍ତ ଉତ୍ସାହିତ ଥିବା ପୂଜାରାଙ୍କୁ ଗୁରୁବାର ସିଏସ୍କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆନୁଷ୍ଠାନିକ ଭାବେ ଦଳର ଜର୍ସି ଉପହାର ଦେଇଥିଲେ। ମୋଇନ ଅଲ୍ଲୀ, ରବିନ ଉଥାପ୍ପା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ସିଏସ୍କେ ତାର ପ୍ରଥମ ମ୍ୟାଚ୍ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବ। ୩ଥର ବିଜେତା ସିଏସ୍କେ ଗତଋତୁରେ ପ୍ରଥମ ଥର ପାଇଁ ପ୍ଲେ ଅଫ୍କୁ ଯାଇପାରିନଥିଲା। ଏଥର ତୁଳନାତ୍ମକ ଭାବେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି। ସୂଚନାଯୋଗ୍ୟ ଯେ ପୂଜାରାଙ୍କୁ ସିଏସ୍କେ ମାତ୍ର ୫୦ ଲକ୍ଷ ଟଙ୍କାରେ କିଣିଛି।
ପୂଜାରା ପାଇଲେ ସିଏସ୍କେ ଜର୍ସି
/sambad/media/post_attachments/wp-content/uploads/2021/04/56z4h5456h4fs65h45s6fhfssfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)