ଦ୍ରାବିଡଙ୍କ ଇନିଂସକୁ ଦୋହରାଇଲେ ଚେତେଶ୍ୱର ପୂଜାରା, ଏମିତି କଲେ ରେକର୍ଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ ଟେଷ୍ଟରେ ଭାରତକୁ ୨୫୦ ରନ୍‌ ସଂଗ୍ରହ କରିବା ଲାଗି ବହୁ ସଂଘର୍ଷ କରିବାକୁ ପଡିଛି। ଭାରତର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା (୧୨୩ ରନ୍‌, ୨୪୬ ବଲ)ଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ଶସ୍ତାରେ ଆଉଟ୍‌ ହୋଇଥିଲେ। ଏକଦା ଭାରତର ସ୍କୋର ୪୧ ରନ୍‌ ଥିବା ବେଳେ ଅଧିନାୟକ ବିରାଟ କୋହଲିଙ୍କ ସମେତ ୪ ଜଣ ଖେଳାଳି ପାଭଲିୟନ ଫେରିଥିଲେ।

ଚେତେଶ୍ୱର ୪ ଟେଷ୍ଟ ମ୍ୟାଚ ଶୃଙ୍ଖଳାର ପ୍ରଥମ ମୁକାବିଲାର ପ୍ରଥମ ଦିନ ଅଷ୍ଟ୍ରେଲିଆ ବିପକ୍ଷରେ ନିଜ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ପଡିଆରୁ ଝଡ଼ ପରି ଯେତେବେଳେ ଜଣେ ପରେ ଜଣେ ଖେଳାଳି ଆଉଟ୍‌ ହେଉଥିଲେ, ପୂଜାରା ଏକ ସ୍ତମ୍ଭ ଭଳି ଛିଡ଼ା ହୋଇଥିଲେ।

ଦ୍ରାବିଡ଼-ପୂଜାରା

୩୦୦୦ ଟେଷ୍ଟ ରନ୍‌: ୬୭ ଇନିଂସ୍‌
୪୦୦୦ ଟେଷ୍ଟ ରନ୍‌: ୮୪ ଇନିଂସ୍‌
୫୦୦୦ ଟେଷ୍ଟ ରନ୍‌: ୧୦୮ ଇନିଂସ୍‌

ପୂଜାରା ଗୁରୁବାର ନିଜର ୧୪୦୦୦ ଫାଷ୍ଟ କ୍ଲାସ ରନ୍‌ ପୂରା କରିଛନ୍ତି। ସେ ୨୯୫ ଇନିଂସରେ ୧୪,୦୭୬ ରନ୍‌ ସଂଗ୍ରହ କରିଛନ୍ତି। ଏଥି ସହିତ ସେ ୬୫ତମ ଟେଷ୍ଟ ମ୍ୟାଚରେ ୫୦୦୦ ରନ୍‌ ପୂରଣ କରିଛନ୍ତି। ୧୦୮ ଇନିଂସ ଖେଳି ପୂଜାରା ୫,୦୨୮ ରନ୍‌ ସଂଗ୍ରହ କରିଛନ୍ତି। ଦ୍ରାବିଡ଼ ମଧ୍ୟ ଏତିକି ଇନିଂସ ଖେଳି ୫୦୦୦ ରନ୍‌ ପୂରା କରିଥିଲେ। ଭାରତର ଉଭୟ ବ୍ୟାଟସ୍‌ମ୍ୟାନ ସମାନ ଟେଷ୍ଟ ଇନିଂସ ଖେଳି ୩୦୦୦ ଓ ୪୦୦୦ ରନ୍‌ ପୂରା କରିଥିଲେ।

ସମ୍ବନ୍ଧିତ ଖବର