ନୂଆଦିଲ୍ଲୀ,: ଭାରତୀୟ କ୍ରିକେଟର୍ ଚେତେଶ୍ବର ପୂଜାରାଙ୍କ ପରିବାର ଭଳି ସମସ୍ତେ ନିଜ ପ୍ରିୟଜନଙ୍କ ସହ ଘରେ ରହିବାକୁ ବିସିସିଆଇ ପରାମର୍ଶ ଦେଇଛି। ବିସିସିଆଇ ଟ୍ବିଟରରେ ପୂଜାରାଙ୍କ ପରିବାରର ଏକ ଫଟୋ ଛାଡ଼ି ଏଭଳି ବିବରଣୀ ଦେଇଛି। ପୂଜାରା ତାଙ୍କ ଜୀବନକୁ ଗୃହାବଦ୍ଧ ରଖିଥିବା ପୂର୍ବରୁ କହିଥିଲା ବେଳେ ଏହା ତାଙ୍କ ପାଇଁ ଅନେକ ପରିବର୍ତ୍ତନ ଆଣିଥିବା ସେ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ, ସେ ଏବେ ନିଜପାଇଁ ଅଧିକ ସମୟ ଦେଇପାରୁଛନ୍ତି। ପୂଜାରା ଯେତେବେଳେ ବି ଏକୁଟିଆ ଥାଆନ୍ତି, ସେତେବେଳେ ବହି ପଢିବା କିମ୍ବା ଟିଭି ଦେଖିବାରେ ସମୟ କାଟିଥାନ୍ତି। ଏବେ ତାଙ୍କ ଝିଅ ସହିତ ଖେଳିବାରେ ଅଧା ସମୟ କାଟୁଛନ୍ତି। ଏଥିସହିତ ପତ୍ନୀ ପୂଜାଙ୍କୁ ନିତିଦିନିଆ କାର୍ଯ୍ୟରେ ସହାୟତା କରୁଥିବା କହିଛନ୍ତି। ପୂଜାରା ଶେଷ ଥରପାଇଁ ନ୍ୟୁଜିଲାଣ୍ଡ ଗସ୍ତରେ ଖେଳିଥିଲେ। ଏହାପରେ ରଣଜୀ ବିଜେତା ସୌରାଷ୍ଟ୍ର ଦଳର ମଧ୍ୟ ସଦସ୍ୟ ଥିଲେ। ଏବେ ଆଗକୁ ଭାରତର କୌଣସି ଟେଷ୍ଟ ଶୃଙ୍ଖଳା ନିର୍ଧାରଣ ହୋଇନାହିଁ। ଏଥିସହ ଆଇପିଏଲ୍ ନିଲାମିରେ ମଧ୍ୟ ତାଙ୍କୁ କିଣିବାକୁ କେହି ଆଗ୍ରହ ଦେଖାଇନଥିଲେ। ଯେଉଁଥିପାଇଁ ସେ କାଉଣ୍ଟି କ୍ରିକେଟ ଦଳ ଗ୍ଲୁସେଷ୍ଟର୍ସସାୟର ପକ୍ଷରୁ ୬ ମ୍ୟାଚ୍ ଖେଳିବାକୁ ଚୁକ୍ତି କରିଛନ୍ତି।
ପୂଜାରା ପରିବାର ପରି ସମସ୍ତେ ଘରେ ରୁହନ୍ତୁ: ବିସିସିଆଇ
/sambad/media/post_attachments/wp-content/uploads/2020/03/fh7f98h7fs98h7sf98h7sf98h7sf98hfshsfhfhsfhhffhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)