ପୂଜାରା, ପନ୍ତ୍‌, କୋହଲି, ବୁମରା, ସାମି ଶ୍ରେଷ୍ଠ

ସିଡ୍‌ନି: ସଦ୍ୟ ସମାପ୍ତ ଟେଷ୍ଟ୍ ଶୃଙ୍ଖଳାରେ ଭାରତକୁ ଅବିସ୍ମରଣୀୟ ସଫଳତା ମିଳିଛି ଭାରତର କିଛି ହାତ ଗଣତି ଖେଳାଳିଙ୍କ ପାଇଁ। ବ୍ୟାଟିଂରେ ଚେତେଶ୍ବର ପୂଜାରା, ଋଷବ ପନ୍ତ୍‌ ସେମାନଙ୍କ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇବା ଥିଲା ଉଲ୍ଲେଖନୀୟ। ଶୃଙ୍ଖଳା ପୂର୍ବରୁ ଏଇ ମାତ୍ର ଟେଷ୍ଟ୍ କ୍ରିକେଟ୍‌କୁ ଆସିଥିବା ଋଷବ ପନ୍ତ୍‌ ଯେ ବିରାଟ କୋହଲିଙ୍କୁ ଟପିଯିବେ ଏହା ବିଶ୍ବାସ ବାହାରେ ଥିଲା। ପୂଜାରା ୭ ପାଳିରୁ ୩ ଶତକ ସହିତ ୭୪.୪୨ ହାରରେ ୫୨୧ ରନ୍ କରି ଶୀର୍ଷରେ ରହିଥିଲେ। ସମାନ ପାଳି ଖେଳିଥିଲେ ମଧ୍ୟ ଋଷବ ପନ୍ତ୍‌ ୫୮.୩୩ ହାରରେ ୧ ଶତକ ସହିତ ୩୫୦ ରନ୍ ଏବଂ ବିରାଟ କୋହଲି ୪୦.୨୮ ହାରରେ ୧ ଶତକ ସହିତ ୨୮୨ ରନ୍ କରିଥିଲେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ (୨୧୭) କେବଳ ୨୦୦ ଟପିଥିଲେ। ବୋଲିଂ ବିଭାଗରେ ଯଶପ୍ରୀତ୍ ବୁମରା (୧୭.୦୦ ହାରରେ ୨୧ ୱିକେଟ୍‌), ମହମ୍ମଦ ସାମି (୨୬.୧୮ ହାରରେ ୧୬ ୱିକେଟ୍‌) ଏବଂ ଈଶାନ୍ତ ଶର୍ମା (୨୮.୫୭ ହାରରେ ୧୧ ୱିକେଟ୍‌)ଙ୍କ ଅବଦାନ ଭାରତର ଏହି ବିଜୟରେ ପ୍ରମୁଖ ଭୂମିକା ନେଇଥିଲା। ବ୍ୟାଟିଂରେ ଭାରତୀୟମାନେ ମିଳିତ ଭାବେ ମୋଟ ୫ ଶତକ ଜମାଇଥିବା ବ‌େଳେ ଅଷ୍ଟ୍ରେଲୀୟ ଗୋଟିଏ ବି ଶତକ ହାସଲ କରିପାରିନଥିଲେ। ପ୍ରାରମ୍ଭିକ ବ୍ୟାଟସମ୍ୟାନଙ୍କ ଲଗାତାର ବିଫଳତା ଭିତରେ ଭାରତ ଶୃଙ୍ଖଳା ଜିତିବା ଆଉ ଏକ ଉଲ୍ଲେଖନୀୟ ବିଷୟ। ଶେଷକୁ ମେଲବର୍ନରେ ମୟଙ୍କ ଅଗ୍ରୱାଲଙ୍କ ଅର୍ଧଶତକୀୟ ପଦାର୍ପଣ ଏହି ସସମ୍ୟାକୁ କିଛି ମାତ୍ରାରେ ସଫଳ କରିଛି। ମୟଙ୍କ ୬୫.୦୦ ହାରରେ ୧୯୫ ରନ୍ କରିଥିଲେ। ମେଲବର୍ନ ଏବଂ ସିଡନିରେ ପ୍ରଥମ ପାଳି ଦ୍ବୟରେ ଯଥାକ୍ରମେ ୭୬,୭୭ ରନ୍ କରିବା ତାଙ୍କ ଉପରେ ବିଶ୍ବାସକୁ ବଢ଼ାଇଛି।

ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ

ବ୍ୟାଟସମ୍ୟାନ୍‌
ଖେଳାଳି ଚେତେଶ୍ବର ପୂଜାରା ଋଷବ ପନ୍ତ୍‌ ବିରାଟ‌ କୋହଲି
ମ୍ୟାଚ୍‌ ୪ ୪ ୪
ପାଳି ୭ ୭ ୭
ରନ୍‌ ୫୨୧ ୩୫୦ ୨୮୨
ସର୍ବୋଚ୍ଚ ୧୯୩ ୧୫୯* ୧୨୩
ହାରାହାରି ୭୪.୪୨ ୫୮.୩୩ ୪୦.୨୮
ବୋଲର୍
ଖେଳାଳି ଯଶପ୍ରୀତ୍ ବୁମରା ମହମ୍ମଦ ସାମି ଈଶାନ୍ତ ଶର୍ମା
ମ୍ୟାଚ୍‌ ୪ ୪ ୪
ୱିକେଟ୍‌ ୨୧ ୧୬ ୧୧
ଶ୍ରେଷ୍ଠ ୬/୩୩ ୬/୫୬ ୪/୪୧
ମ୍ୟାଚ୍‌ରେ ୯/୮୬ ୬/୧୩୬ ୫/୮୬
ହାରାହାରି ୧୭.୦୦ ୨୬.୧୮ ୨୩.୮୧
ଇକୋନୋମି ୨.୨୭ ୩.୦୬ ୨.୫୪

ସମ୍ବନ୍ଧିତ ଖବର