ମୁମ୍ବାଇ: ଭାରତୀୟ ତାରକା ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କ ଘରକୁ ଏକ ନୂଆ ପରୀ ଆସିଛି। ତାଙ୍କ ପତ୍ନୀ ପୂଜା ଶୁକ୍ରବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ପୂଜାରା ନିଜ ଟ୍ଵିଟର୍ ପୃଷ୍ଠାରେ ସର୍ବସାଧାରଣ କରିଥିଲେ। ନିଜ ପତ୍ନୀ ଏବଂ ଝିଅର ଫଟୋକୁ ଟ୍ଵିଟର୍ ପୃଷ୍ଠାରେ ଛାଡ଼ିବା ସହ ଆମ ଜୀବନରେ ଆଉ ଏକ ନୂଆ ଅନୁଭୁତି ଯୋଡ଼ି ହୋଇଥିବାରୁ ବହୁତ ଖୁସି ବୋଲି ଲେଖିଥିଲେ। ଆମେ ଯାହା ଚାହିଁଥିଲୁ, ସେ ସତରେ ଆସିଲା ବୋଲି ପୂଜାରା ଟ୍ଵିଟର୍ରେ ଉଲ୍ଲେଖ କରିଥିଲେ। ଗତ ଜାନୁଆରି ୧ ତାରିଖରେ ପୂଜାରା ଚଳିତ ବର୍ଷ ଘରକୁ ନୂଆ ସଦସ୍ୟ ଅସିବେ ବୋଲି ଟ୍ଵିଟ୍ କରି ପତ୍ନୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଇପିଏଲ୍ରେ ବିକ୍ରି ହୋଇପାରିନଥିବା ପୂଜାରା ସଂପ୍ରତି ବିଜୟ ହାଜାରେ ଟ୍ରଫିରେ ସୌରାଷ୍ଟ୍ର ପକ୍ଷରୁ ଖେଳୁଛନ୍ତି। ଗୁରୁବାର ବରୋଦାକୁ ୩ ଓ୍ଵିକେଟ୍ରେ ହରାଇ ସୌରାଷ୍ଟ୍ର ସେମିଫାଇନାଲ୍ରେ ପହଥିଲା। ଏହି ଖବର ସହ ବିବାହର ୫ ବର୍ଷ ପରେ ପ୍ରଥମ ପିତା ହେବା ପୂଜାରାଙ୍କ ଖୁସିକୁ ଦ୍ୱିଗୁଣିତ କରିଥିଲା। ପୂଜାରା ୨୦୧୩ରେ ପୂଜାଙ୍କୁ ବିବାହ କରିଥିଲେ।
ପୂଜାରାଙ୍କ ଘରକୁ ଆସିଲା ନୂଆ ପରୀ
/sambad/media/post_attachments/wp-content/uploads/2018/02/PUjara.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)