ଗୋଲ୍ଡ୍ କୋଷ୍ଟ୍: ରବିବାର ଦିନ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଭାରତ୍ତୋଳନକାରୀ ପୁନମ୍ ଯାଦବ ୬୯ କେ. ଜି. ଇଭେଣ୍ଟ୍ରେ ସ୍ୱର୍ଣ୍ଣପଦକ ଜିଣିଛନ୍ତି।
ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ୍ତୋଳନ ପ୍ରତିଯୋଗିତାରେ ଭାରତ ପୂର୍ବରୁ ୪ଟି ସ୍ୱର୍ଣ୍ଣ ପଦକ ପାଇସାରିଛି। ପୁନମଙ୍କ ସ୍ୱର୍ଣ୍ଣ ପଦକକୁ ମିଶାଇ ଭାରତ୍ତୋଳନରେ ଭାରତର ପଦକ ସଂଖ୍ୟ ୫ ହେଲା। ସ୍ନାଚ୍ ଇଭେଣ୍ଟ୍ରେ ପୁନମ ୧୦୦ କେ. ଜି, ଏବଂ କ୍ଲିନ୍ ଏବଂ ଜର୍କରେ ୧୨୨ କେ. ଜି.କୁ ମିଶାଇ ସମୁଦାୟ ୨୨୨ କେ. ଜି. ଭାର ଉଠାଇଥିଲେ।
/sambad/media/post_attachments/wp-content/uploads/2018/04/AP18098091001526-1-380-300x225.jpg)
ଇଂଲଣ୍ଡ୍ର ସାରା ଡେଭିସ୍ ସ୍ନାଚ୍ରେ ୯୫ କେ. ଜି. ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୧୨୨ କେ. ଜି. ସହ ସମୁଦାୟ ୨୧୭ କେ. ଜି. ଭାର ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି।
ଫିଜିର ଆପୋଲୋନିଆ ବୈଭବି ସମୁଦାୟ ୨୧୬ କେ. ଜି. ଭାରତ୍ତୋଳନ କରି କାଂସ୍ୟ ପଦକ ପାଇଛନ୍ତି।
୨୦୧୪ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁନମ ୬୩ କେ. ଜି. ଭାରତ୍ତୋଳନରେ କାଂସ୍ୟ ପଦକ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/gold-coast-2018-commonwealth-games_4b90469e-3acf-11e8-90dd-823da00706aa.jpg)