ପୁନେ-ବେଙ୍ଗାଲୁରୁ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ଅମୀମାଂସିତ

ପୁନେ: ଚଳିତ ଆଇଏସ୍‌ଏଲ୍‌ (ଇଣ୍ଡିଆନ୍‌ ସୁପର ଲିଗ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ ପର୍ଯ୍ୟାୟ ବୁଧବାରଠୁ ଆରମ୍ଭ ହୋଇଛି। ଦୁଇ ପର୍ଯ୍ୟାୟ ବିଶିଷ୍ଟ ସେମିଫାଇନାଲ୍‌ର ପ୍ରଥମ ମ୍ୟାଚ୍‌ ପୁନେ ଶିବ ଶ୍ରୀଛତ୍ରପତି ସ୍ପୋର୍ଟସ କମ୍ପ୍ଲେକ୍ସ ଷ୍ଟାଡିୟମରେ ଖେଳା ଯାଇଥିଲା। ପୁନେ ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମୁହାଁମୁହିଁ ହୋଇଥିଲେ। ଏହି ପ୍ରଥମ ଚରଣ ସେମିଫାଇନାଲ୍‌ ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ଭାବେ ଅମୀମାଂସିତ ରହିଛି। ତେବେ ଫାଇନାଲ୍‌ ସ୍ଥାନ ପାଇଁ ଉଭୟ ଦଳ ବେଙ୍ଗାଲୁରୁର ଶ୍ରୀ କାନ୍ତୀରବା ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚ୍‌କୁ ଅପେକ୍ଷା କରିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର