ପୁନେରେ ଉତ୍କଳ ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ପୁନେର ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ସମାଜ ଅନୁଷ୍ଠାନ ପକ୍ଷରୁ ପ୍ରଥମ ଥର ପାଇଁ ଗତ ୨୬ ତାରିଖରେ ପୁନେର ହଡପ୍ସଠାରେ ଉତ୍କଳ ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଭୁବନେଶ୍ୱର ଜାଗୁଆର୍ସ, ବ୍ରହ୍ମପୁର ବ୍ଲାଷ୍ଟର୍ସ, ବାଲେଶ୍ୱର ବୁଲସ୍‌, ରାଉରକେଲା ରେଞ୍ଜରସ୍‌, ସମ୍ବଲପୁର ସମୁରାଇ, କଟକ କୁଜର୍ସ ଭଳି ମୋଟ ୬ ଦଳ ସାମିଲ ହୋଇଛନ୍ତି । ଏହି ପ୍ରତିଯୋଗିତାକୁ ପୁନେ ସହରର ଲକ୍ଷାଧିକ ଓଡ଼ିଆ ଉପସ୍ଥିତ ରହି ଉପଭୋଗ କରୁଛନ୍ତି । ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚରେ ବ୍ରହ୍ମପୁର ବ୍ଲାଷ୍ଟର୍ସ ଓ ସମ୍ବଲପୁର ସମୁରାଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ବ୍ଲାଷ୍ଟର୍ସ ୩ ଓ୍ଵିକେଟ୍‌ରେ ବିଜୟ ଲାଭ କରିଥିଲା। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ବାଲେଶ୍ୱର ବୁଲସ୍‌ ୩ ଓ୍ଵିକେଟ୍‌ରେ ରାଉରକେଲା ରେଞ୍ଜର୍ସକୁ ପରାସ୍ତ କରିଛି । ସେହିପରି ୩ୟ ମ୍ୟାଚରେ ଭୁବନେଶ୍ୱର ଜାଗୁଆରର୍ସ ୮ ରନ୍‌ରେ ସମ୍ବଲପୁର ସମୁରାଇକୁ ପରାସ୍ତ କରିଥିଲା। ତେବେ ଆସନ୍ତା ମ୍ୟାଚ୍‌ଗୁଡିକ ଜୁନ୍‌ ୨ ଓ ୩ ତାରିଖରେ ଅନୁଷ୍ଠିିତ ହେବାର ସୂଚୀ ରହିଛି ।

ସମ୍ବନ୍ଧିତ ଖବର