ପୁନେ: ପୁନେର ଯୁବ ସନ୍ତରଣ ତାରକା ରୋହନ ମୋରେ ଖୋଲା ସମୁଦ୍ରରେ ୭ଟି ମାରାଥନ ବା ଓସେନ୍ ସେଭେନ୍କୁ ପାର କରିବାରେ ବିଶ୍ୱର ସର୍ବକନିଷ୍ଠ ବ୍ୟକ୍ତି ହୋଇଛନ୍ତି। ଏହି ସଫଳତାର ଲାଭ କରିବାରେ ସେ କିନ୍ତୁ ବିଶ୍ୱର ନବମ ଏବଂ ଏସିଆ ତଥା ଭାରତର ପ୍ରଥମ ପହଁରାଳି ହୋଇଛନ୍ତି। ଓସେନ୍ ସେଭେନ୍ ଖୋଲା ସମୁଦ୍ରରେ ୭ଟି ଲମ୍ବଦୂର ମାରାଥନ ସନ୍ତରଣ ଭାବେ ପରିଚିତ ହୋଇଥିଲା ବେଳେ ଏହାକୁ ସାତଟି ମହାଦେଶର ସାତଟି ସର୍ବୋଚ୍ଚ ଗିରିଶୃଙ୍ଗକୁ ଆରୋହଣ କରିବାର ସଫଳତା ସହ ସମକକ୍ଷ ଭାବେ ବିବେଚନା କରାଯାଏ। ଏହି ୭ ସମୁଦ୍ର ମାରାଥନରେ ଜଣେ ସନ୍ତରଣ ତାରକାଙ୍କୁ ନର୍ଥ ଚ୍ୟାନେଲ୍, କୁକ୍ ଷ୍ଟ୍ରେଟ୍, ମଲୋକାଇ ଚ୍ୟାନେଲ, ଇଂଲିସ୍ ଚ୍ୟାନେଲ, କାଟାଲିନା ଚ୍ୟାନେଲ, ସୁଗାରୁ ଷ୍ଟ୍ରେଟ୍ ଓ ଷ୍ଟ୍ରେଟ୍ ଅଫ୍ ଗିବ୍ରାଲେଟରକୁ ପାର କରିବାକୁ ପଡ଼ିଥାଏ। ଦୁଃସାହସିକ କ୍ରୀଡ଼ାରେ ସଫଳତା ଲାଗି ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗରୁ ତେନଜିଂ ନରେଓ୍ଵ ପୁରସ୍କାର ପାଇ ସାରିଥିବା ରୋହନ ୨୦୧୪ରୁ ୨୦୧୬ ମଧ୍ୟରେ ୬ଟି ସନ୍ତରଣ ମାରାଥନ ଶେଷ କରି ସାରିଥିଲେ। ଚଳିତ ମାସ ୯ ତାରିଖରେ ସପ୍ତମ ତଥା ଶେଷ ସନ୍ତରଣ ଭାବେ କୁକ୍ ଷ୍ଟ୍ରେଟ୍ ଅତିକ୍ରମ କରିବା ଆରମ୍ଭ କରିଥିଲେ। କାଠୁଆ ଜାଡ଼ ଏବଂ ବରଫ ଭଳି ଥଣ୍ଡା ପାଣିରେ ସାହସର ସହ ସନ୍ତରଣ କରି ୮ ଘଣ୍ଟା ୩୭ ମିନିଟ୍ ପରେ ଏହାକୁ ସଫଳତାର ସହ ପାର କରି ଇତିହାସ ରଚିଥିଲେ। ସୂଚନାଯୋଗ୍ୟ ଯେ ରୋହନ ମାତ୍ର ୧୧ ବର୍ଷ ବୟସରେ ପ୍ରଥମ ସନ୍ତରଣ ମାରାଥନରେ ଭାଗ ନେଇଥିଲେ।
ପୁନେ ପହଁରାଳିଙ୍କ ବିଶ୍ୱ କୀର୍ତ୍ତିମାନ
/sambad/media/post_attachments/wp-content/uploads/2018/02/rohan1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)