ପଦ୍ମ ପୁରସ୍କାର ଗ୍ରହଣ କଲେ ପୁନିଆ, ହାରିକା

ନୂଆଦିଲ୍ଲୀ: ଦେଶର ୯ ଜଣ ସଫଳ କ୍ରୀଡ଼ାବିତ୍ ସୋମବାର ସମ୍ମାନଜନକ ପଦ୍ମ ପୁରସ୍କାର ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଆଜି ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପର୍ବତାରୋହୀ ବଛେନ୍ଦ୍ରୀ ପାଲ ପଦ୍ମ ବିଭୂଷଣ ପୁରସ୍କାର ପାଇଛନ୍ତି। ଅନ୍ୟପକ୍ଷରେ ଫୁଟ୍‌ବଲର୍‌ ସୁନୀଲ ଛେତ୍ରୀ, ଚେସ୍ ତାରକା ଦ୍ରୋଣାବଳୀ ହାରିକା, କ୍ରିକେଟର ଗୌତମ ଗମ୍ଭୀର, ଟେବୁଲ ଟେନିସ୍‌ ଖେଳାଳି ସରଥ କମଲ, ତୀରନ୍ଦାଜ ବୋମ୍ବାଲ୍ୟା ଦେବୀ ଲାଇସରାମ, କୁସ୍ତି ତାରକା ବଜରଙ୍ଗ ପୁନିଆ, ବାସ୍କେଟବଲ୍ ଖେଳାଳି ପ୍ରଶାନ୍ତି ସିଂହ ଓ କବାଡ଼ି ଖେଳାଳି ଅଜୟ ଠାକୁର ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ଚଳିତ ବର୍ଷ ମୋଟ ୧୧୨ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ତେବେ ସୋମବାର ବ୍ୟକ୍ତିଗତ କାରଣ ପାଇଁ କେତେକ ଖେଳାଳି ଏବଂ ଅନ୍ୟାନ୍ୟ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିତ୍ବ ପୁରସ୍କାର ଗ୍ରହଣ କରି ପାରି ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର