ଗୁଣତିଲକଙ୍କ ଦଣ୍ଡ କୋହଳ

କଲମ୍ବୋ: ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଧନୁସ୍କା ଗୁଣତିଲକଙ୍କ ଦଣ୍ଡ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ କୋହଳ କରିଛି। ବିଶୃଙ୍ଖଳିତ ଆଚରଣ ଲାଗି ବୋର୍ଡ ଗୁଣତିଲକଙ୍କୁ କିଛି ଦିନ ପୂର୍ବରୁ ୬ ଦିନିକିଆ ମ୍ୟାଚ୍‌ରୁ ବାସନ୍ଦ ସହ ତାଙ୍କ ମ୍ୟାଚ୍‌ ପାଉଣାରୁ ୨୦ ପ୍ରତିଶତ କାଟି ଦେଇଥିଲା। ଏହି ଦଣ୍ଡାଦେଶ ବିରୋଧରେ ଗୁଣତିଲକଙ୍କ ପକ୍ଷରୁ ସିଂହଳୀଜ୍‌ ସ୍ପୋର୍ଟସ୍‌ କ୍ଲବ୍‌ ଆପତ୍ତି ଉଠାଇଥିଲା। ଏହାକୁ ବିଚାରକୁ ନେଇ ଶ୍ରୀଲଙ୍କା ବୋର୍ଡ ତାଙ୍କ ଦଣ୍ଡକୁ ୩ ଦିନିକିଆ ମ୍ୟାଚ୍‌କୁ କମାଇ ଦେଇଛି।

ସମ୍ବନ୍ଧିତ ଖବର