ଲୁଙ୍ଗିଙ୍କ ଘାତକ ବୋଲିଂ, ପଂଜାବ ୧୫୩ରେ ଅଲଆଉଟ୍

ପୁନେ : ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୫୬ ତମ ଲିଗ ମ୍ୟାଚରେ କିଙ୍ଗସ ଏକାଦଶ ପଂଜାବ ଚେନ୍ନାଇ ସୁପରକିଙ୍ଗସ ଆଗରେ ୧୫୪ ରନର ଲକ୍ଷ୍ୟ ରଖିଛି । ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିଣି ପ୍ରଥମେ ବ୍ୟାଟିଂ ପାଇଁ ପଂଜାବକୁ ଆମନ୍ତ୍ରଣ କରିଥିଲେ । ଇନିଂସ ଆରମ୍ଭରୁ ହିଁ ପଂଜାବ ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଦୃଢ ବ୍ୟାଟିଂ ଫଳରେ ଦଳର ସ୍କୋର ଏକ ସମ୍ମାନଜନକ ସ୍ତରକୁ ଯାଇପାରିଥଲା । କରୁନ ନାୟାର ମାତ୍ର ୨୬ ବଲରେ ୫୪ ରନ କରିଥିବାବେଳେ ମନୋଜ ତିଓ୍ଵାରୀ ୩୫ ରନ କରିଥିଲେ । ମାତ୍ର ଶେଷଭାଗ ବ୍ୟାଟ୍ସମ୍ୟାନମାନେ ପୁଣି ଥରେ ଦଳକୁ ନିରାଶ କରିଥିଲେ । ଏହା ସତ୍ତ୍ୱେ ପଂଜାବ ୧୫୩ ରନ କରିପାରିଥିଲା । ଚେନ୍ନାଇ ପକ୍ଷରୁ ଲୁଙ୍ଗି ଏନଗିଡି ଘାତକ ବୋଲିଂ ପ୍ରଦର୍ଶନ କରି ମାତ୍ର ୧୦ ରନ ଦେଇ ୪ଟି ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର