ଆଇପିଏଲ୍  : ରାହୁଲଙ୍କ ଲଢୁଆ ଇନିଂସ, ଚେନ୍ନାଇକୁ ହରାଇଲା ପଞ୍ଜାବ

କୋଲକାତା ବନାମ ରାଜସ୍ଥାନ ମ୍ୟାଚ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ୨୦୨୧ର ୫୩ତମ ମ୍ୟାଚରେ ଚେନ୍ନାଇକୁ ୬ ଓ୍ବିକେଟରେ ପରାସ୍ତ କରିଛି ପଞ୍ଜାବ । ଅଧିନାୟକ କେଏଲ ରାହୁଲଙ୍କ ଲଢୁଆ ୯୮ ରନ ବଳରେ ପଞ୍ଜାବ ୧୩ତମ ଓଭରରେ ମ୍ୟାଚ ଜିତିଯାଇଥିଲା ।

ଆଜିର ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୩୪ ରନ କରିଥିଲା । ଚେନ୍ନାଇ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଫାଫ୍ ଡୁପ୍ଲେସିସଙ୍କ ୭୬ ରନ । ମାତ୍ର ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ । ୧୩୫ରନର ପିଛା କରିବାକୁ ଯାଇ ପଞ୍ଜାବ ଦଳ ଆରମ୍ଭରୁ ହିଁ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲା । ଅଧିନାୟକ ରାହୁଲ ଅପରାଜିତ ୯୮ ରନ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ ବି ନିଜ ଦଳ ପାଇଁ ଏକ ସହଜ ବିଜୟ ଆଣିଦେଇଥିଲେ ।

ଏହି ବିଜୟ ପରେ ପଞ୍ଜାବ ଦଳ ପ୍ଲେ ଅଫକୁ ଯିବା ଆଶା ବଜାୟ ରଖିଛି । ଦଳ ଏବେ ୧୪ ମ୍ୟାଚରୁ ୬ ବିଜୟ ୮ ପରାଜୟ ସହ ୧୨ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ଆଜିର ପରାଜୟ ଚେନ୍ନାଇ ପାଇଁ ସେତେଟା ଫରକ ପଡ଼ିବ ନାହିଁ, କାରଣ ଦଳ ପୂର୍ବରୁ ହିଁ ପ୍ଲେ ଅଫକୁ ଯାଇସାରିଛି ।

ଆଜିର ୨ୟ ମ୍ୟାଚଟି କୋଲକାତା ଓ ରାଜସ୍ଥାନ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ରାଜସ୍ଥାନ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ।

ସମ୍ବନ୍ଧିତ ଖବର