ଆଇପିଏଲ୍ :‌ କୋଲକାତାକୁ ୫ ଉଇକେଟରେ ହରାଇଲା ପଞ୍ଜାବ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୧ର ୪୫ ତମ ମ୍ୟାଚ କୋଲକାତା ନାଇଟରାଇଡର୍ସକୁ ୫ ଉଇକେଟରେ ହରାଇଛି ପଞ୍ଜାବ କିଙ୍ଗସ । ଏହି ମ୍ୟାଚରେ ପଂଜାବ କିଙ୍ଗସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୬୫ ରନ୍ ସଂଗ୍ରହ କରିଥିଲା।

୧୬୬ ରନର ବିଜୟ ଲକ୍ଷ୍ୟ ଧରି ପଡ଼ିଆକୁ ଓହ୍ଲାଇ ଥିଲା ପଞ୍ଜାବ ଦଳ। ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଅଧିନାୟକ କେ ଏଲ୍ ରହୁଲ୍ ଓ ମୟଙ୍କ ଅଗ୍ରୱାଲ୍ ଯଥାକ୍ରମେ ୬୭ ଓ ୪୦ ରନ୍ କରି ଦୃଢ଼ ମୂଳଦୂଆ ପକାଇ ଥିଲେ। ଏହାପରେ ନିକୋଲାସ୍ ପୁରନ୍ (୧୨), ଏଡେନ୍ ମାର୍କରାମ୍ (୧୮) ଓ ଦୀପକ ହୁଦା(୩)  ପାଭଲିଆନକୁ ଫେରିଯାଇଥିଲେ। ଏହି ସମୟରେ ଶାହରୁଖ ଖାନ୍ କ୍ରିଜରେ ରହି ମାତ୍ର ୯ ବଲରେ ୨୨ ରନ୍ କରି ଦଳକୁ ବିଜୟ ଦେଇଥିଲେ। ପଞ୍ଜାବ ୫ ଉଇକେଟ୍ ହରାଇ ୧୬୮ ରନ୍ କରିଥିଲା।

ଏହା ପୂର୍ବରୁ ଚଳିତ ଆଇପିଏଲରେ ପଞ୍ଜାବ ଦଳ ୧୨ଟି ମ୍ୟାଚ ଖେଳି ୫  ବିଜୟ ଓ ୭ ପରାଜୟ ସହ ୧୦ପଏଣ୍ଟ ପାଇଛି। ଅନ୍ୟପକ୍ଷରେ କୋଲକାତା ୧୨ ମ୍ୟାଚରୁ ୫ ବିଜୟ, ୭ ପରାଜୟ ସହ ୧୦ ପଏଣ୍ଟ ପାଇଛି। ବିଜୟ ପରେ ପଞ୍ଜାବର ପ୍ଲେଅଫକୁ ଯିବା ଆଶା ଉଜ୍ଜୀବିତ ରହିଛି। ଅନ୍ୟ ପକ୍ଷରେ ଦିଲ୍ଲୀ ଦ୍ବିତୀୟ ଦଳ ଭାବେ ପ୍ଲେଅଫ ଲାଗି ଯୋଗ୍ୟତା ଲାଭ କରିଛି।

ସମ୍ବନ୍ଧିତ ଖବର