ମୋହଲି: ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କ ପାଇଁ ସେଫ୍ ପାଲଟିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରେନ୍ଦ୍ର ସିଂହ। ବୁଧବାର ମୋହାଲିର ସିସୱାନସ୍ଥିତ ନିଜ ଫାର୍ମ ହାଉସରେ ଏହି କ୍ରୀଡ଼ା ତାରକାମାନଙ୍କୁ କ୍ୟାପଟେନ୍ ଅମରିନ୍ଦର ନିଜ ହାତରନ୍ଧା ସୁସ୍ବାଦୁ ଖାଦ୍ୟ ପରଷିଥିଲେ। ସେଥିରେ ଥିଲା ଖାସି ମାଂସ ତରକାରୀ, ପଲଉ, ଚିକେନ୍, ଆହୁ ଜିରା ତରକାରୀ। ପଞ୍ଜାବର ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କ ସହ ଆଥ୍ଲେଟିକ୍ସରୁ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ନିଜ ହାତରନ୍ଧା ଖାଦ୍ୟ ଖୁଆଇବେ ବୋଲି ଗତ ମାସର ସମ୍ବର୍ଦ୍ଧନା ଉତ୍ସବରେ ପ୍ରତିଶ୍ରୁତି ଦେଇଥିଲେ କ୍ୟାପଟେନ୍। ବୁଧବାର ଏହାକୁ ପୂରଣ କରିଛନ୍ତି ସେ। ଅନ୍ୟପକ୍ଷରେ ଦେଶର ସମସ୍ତ ଟୋକିଓ ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଷ୍ପତ୍ତି ନେଇଛନ୍ତି। ଏହି ଉତ୍ସବକୁ ‘ଦିବ୍ୟାଂଗ’ ନାମିତ କରାଯାଇଛି। ଉତ୍ସବକୁ ଉତ୍ତରପ୍ରଦେଶର ୭୫ଟି ଯାକ ଜିଲ୍ଲାର ଖେଳାଳିଙ୍କୁ ଆମନ୍ତ୍ରଣ କରିବାକୁ ଉତ୍ତରପ୍ରଦେଶ ସରକାର ଯୋଜନା କରିଛନ୍ତି।
ଅଲିମ୍ପିକ୍ସ ବିଜେତାଙ୍କ ପାଇଁ ‘ସେଫ୍’ ପାଲଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2021/09/sf4h654sfh54sfhsfh321f213hf12hffhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)