ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)୨୦୨୧ର ୧୭ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେଇଛନ୍ତି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଶୁକ୍ରବାର ମଧ୍ୟକ୍ରମ ବିପର୍ଯ୍ୟୟ ପାଇଁ ଚିନ୍ତାରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ଥିଲା ବେଳେ ପଞ୍ଜାବ କିଙ୍ଗ୍ସ ଲଗାତାର ଚତୁର୍ଥ ପରାଜୟ ଏଡ଼ାଇବା ଆଶାରେ ପଡ଼ିଆକୁ ଓହ୍ଲାଇଛି। ମ୍ୟାଚ୍ ପାଇଁ ଟସ୍ ଜିତିଛି ପଂଜାବ କିଙ୍ଗ୍ସ। ରୋହିତଙ୍କ ନେତୃତ୍ବରେ ଖେଳୁଥିବା ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ ଜାରି ରଖିଛି। ଉଭୟ ଦଳ ପାଇଁ କିନ୍ତୁ ନିଜ ନିଜ ଅଧିନାୟକ ରୋହିତ ଶର୍ମା (ମୁମ୍ବାଇ) ଓ କେଏଲ୍ ରାହୁଲ (ପଞ୍ଜାବ)ଙ୍କ ପ୍ରଦର୍ଶନର ଢେର ଗୁରୁତ୍ବ ରହିବ।
Never a dull moment when @henrygayle is on the field. Here he is addressing the @PunjabKingsIPL team huddle! 😎https://t.co/NMS54FiJ5o#VIVOIPL#PBKSvMIpic.twitter.com/UAOvE9hSsr
— IndianPremierLeague (@IPL) April 23, 2021
ମୁମ୍ବାଇ ଇଣ୍ଡିଆନ୍ସ ଦଳ
ରୋହିତ ଶର୍ମା (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ଈଶାନ କିଶନ, ଜେମ୍ସ ନୀସାମ, ଯଶପ୍ରୀତ ବୁମ୍ରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ମାର୍କୋ ଜାନସେନ, ମୋହସିନ ଖାନ୍, ନାଥନ କୁଲଟର ନାଇଲ, ପୀୟୂଷ ଚାୱଲା, କ୍ବିଣ୍ଟନ୍ ଡି’କକ୍, ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ଆଦାମ ମିଲନେ, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅନକୁଲ ରାୟ, ଅର୍ଜୁନ ତେନ୍ଦୁଲକର, କ୍ରିସ୍ ଲିନ୍, ଧବଲ କୁଲକର୍ଣ୍ଣି, ୟୁଧବୀର ସିଂହ।
ପଞ୍ଜାବ କିଙ୍ଗ୍ସ ଦଳ
କେଏଲ୍ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ୍, ମନଦୀପ ସିଂହ, ନିକୋଲାସ ପୂରନ, ସର୍ଫରାଜ ଖାନ୍, ଦୀପକ ହୁଦା, ମୁରୁଗାନ ଅଶ୍ବିନ, ରବି ବିଷ୍ଣୋଇ, ହରପ୍ରୀତ ବ୍ରାର, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଈଶାନ ପୋରେଲ, ଦର୍ଶନ ନାଲଖଣ୍ଡେ, କ୍ରିସ୍ ଜୋର୍ଡାନ, ଦାୱିଦ ମଲାନ, ଝେ ରିଚାର୍ଡସନ୍, ଶାହରୁଖ ଖାନ୍, ରିଲେ ମେରିଡିଥ୍, ମୋଜେସ୍ ହେନରିକ୍ସ, ଜଳଜ ସାକ୍ସେନା, ଉତ୍କର୍ଷ ସିଂହ, ଫାବିଏନ୍ ଆଲେନ, ସୌରଭ କୁମାର।