ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ମସିହାରେ ଆଜି ଡବଲ୍ ହେଡରର ପ୍ରଥମ ମ୍ୟାଚ୍ ମୁଲାନପୁର କ୍ରିକେଟ୍ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟରେ ଖେଳାଯିବ।
ଚଳିତ ସିଜିନରେ ଏହି ଗ୍ରାଉଣ୍ଡରେ ଖେଳାଯିବାକୁ ଏହା ଶେଷ ମ୍ୟାଚ୍। ଏହା ପରେ ପଞ୍ଜାବ ନିଜର ଘରୋଇ ମ୍ୟାଚ୍ ଧର୍ମଶାଳାରେ ଏହାର ଖେଳିବ। ଏହି ମ୍ୟାଚ ପୂର୍ବରୁ ଦଳର ମାଲିକାଣୀ ପ୍ରୀତି ଜିଣ୍ଟା ଅସୁସ୍ଥ ହୋଇପଡ଼ିଛନ୍ତି। ସେ ନିଜେ ତାଙ୍କର ଅସୁସ୍ଥତା ବିଷୟରେ ସୂଚନା ଦେଇଛନ୍ତି।
ପଞ୍ଜାବ କିଙ୍ଗ୍ସର ମାଲିକାଣୀ ପ୍ରୀତି ଜିଣ୍ଟା ଦଳକୁ ସମର୍ଥନ କରିବା ପାଇଁ ପ୍ରତ୍ୟେକ ମ୍ୟାଚରେ ଯୋଗ ଦେଇଥାଆନ୍ତି। ସେ ଗତ ମ୍ୟାଚ୍ରେ ବେଙ୍ଗାଲୁରୁରେ ମଧ୍ୟ ଉପସ୍ଥିତ ଥିଲେ। ଯେଉଁଠାରେ ବର୍ଷା ଦ୍ବାରା ପ୍ରଭାବିତ ହୋଇଥିବା ମ୍ୟାଚରେ ପଞ୍ଜାବ ୫ ୱିକେଟ୍ରେ ଜିତିଥିଲା।
I’m sure it’s all the hectic travel, excessive heat n air conditioning exposure & constantly changing hotel rooms that has brought on the fever. It’s never fun when you are sick & having a sleepless night. Thank god mom is coming to see me & the game tomorrow 😍 Hope I can make…
— Preity G Zinta (@realpreityzinta) April 19, 2025
ରବିବାର ମ୍ୟାଚ୍ ପୂର୍ବରୁ ପ୍ରୀତି ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇ କହିଛନ୍ତି, ‘ମୋତେ ଜ୍ବର ହୋଇଛି। ଏହା ପଛରେ କାରଣ ହେଉଛି ଟୁର୍ଣ୍ଣାମେଣ୍ଟର ଗହଳି, ଗରମ ପାଗ ଏବଂ ହୋଟେଲର ବାରମ୍ବାର ପରିବର୍ତ୍ତନ।ଯାହାକୁ ମୋ ଶରୀର ସହ୍ୟ କରି ପାରିଲା ନାହିଁ। ଯେଉଁ କାରଣରୁ ଜ୍ବରରେ ପୀଡ଼ିତ ହୋଇଛି। ଜ୍ବର ହେତୁ ରାତିସାରା ଅନିଦ୍ରା ରହିବାକୁ ପଡ଼ୁଛି। କାରଣ ଅସୁସ୍ଥତା ହେତୁ ମୋତେ ରାତିରେ ନିଦ ହେଉନାହିଁ।
ଆଶା କରୁଛି ମୁଲାନପୁର କ୍ରିକେଟ୍ ଷ୍ଟାଡିୟମରେ ପହଞ୍ଚିଯାଏ। କାରଣ ଏହା ଚଣ୍ଡିଗଡ଼ରେ ଆମର ଶେଷ ଘରୋଇ ଖେଳ। ଅନଲାଇନରେ ପ୍ରସାରିତ ସମସ୍ତ ମିଥ୍ୟା ଖବରକୁ ଅଣଦେଖା କରିବାକୁ ଚେଷ୍ଟା କରିବି।’
ଗତ ମ୍ୟାଚ୍ ଜିତିବା ପରେ ପଞ୍ଜାବ କିଙ୍ଗ୍ସ ସୂତ୍ରରୁ ପ୍ରକାଶ ପାଇଥିଲା, ଯେ ପୂର୍ବରୁ ଆମେ ଯେଉଁ ମ୍ୟାଚ୍ ଜିତିବାକୁ ଯାଉଥିଲୁ ସେଗୁଡ଼ିକୁ ହାରିଯାଉଥିଲୁ କିନ୍ତୁ ଏଥର ଆମେ ଯେଉଁ ମ୍ୟାଚ୍ ହାରିବାକୁ ଯାଉଛୁ ସେଗୁଡ଼ିକୁ ଜିତିଛୁ। ଏପର୍ଯ୍ୟନ୍ତ ଖେଳାଯାଇଥିବା ୭ଟି ମ୍ୟାଚ୍ ମଧ୍ୟରୁ ପଞ୍ଜାବ ୫ଟିରେ ବିଜୟୀ ହୋଇଛି ଏବଂ ୨ଟିରେ ପରାଜିତ ହୋଇଛି।