ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଲୋକପ୍ରିୟତା କ୍ରିକେଟକୁ ଅଲିମ୍ପିକ୍ସ କ୍ରୀଡାରେ ଫେରାଇ ଆଣିବାର ଏକ ମୁଖ୍ୟ କାରଣ ବୋଲି ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସର ଆୟୋଜକମାନେ ଦାବିର ସହ କହିଛନ୍ତି। ଏପରି ପରିସ୍ଥିତିରେ ଯଦି ଜଣେ ଷ୍ଟାର କ୍ରିକେଟରଙ୍କୁ କେହି ଅଣଦେଖା କରନ୍ତି ତେବେ ନିଶ୍ଚିତ ଭାବେ ଏହା ଏକ ସମାଲୋଚନାର ବିଷୟ ହେବ।
ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପଞ୍ଜାବ କିଙ୍ଗସର ମାଲିକାଣୀ ପ୍ରୀତି ଜିଣ୍ଟା ବିରାଟଙ୍କୁ ଅଣଦେଖା କରିଥିବା ଦେଖିବାକୁ ମିଳୁଛି।
ଭାଇରାଲ ଭିଡିଓରେ, ପ୍ରୀତି ଜିଣ୍ଟା ଏକ ଫଟୋ କ୍ଲିକ୍ କରୁଥିବାର ଦେଖାଯାଉଛନ୍ତି। ଫଟୋ କ୍ଲିକ୍ କରିବା ପୂର୍ବରୁ ସେ ବିରାଟ କୋହଲିଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇଥିଲେ, କିନ୍ତୁ ଏହାର ତୁରନ୍ତ ପରେ ପ୍ରୀତି ଜିଣ୍ଟା ମୁହଁ ଫେରାଇ ଆଉ ଜଣେ ମହିଳାଙ୍କ ସହ ତାଙ୍କର ଫଟୋ କ୍ଲିକ୍ କରିବାରେ ବ୍ୟସ୍ତ ହୋଇଯାଇଥିଲେ। ଏସବୁ ଦେଖି ବିରାଟ କୋହଲି ଅସନ୍ତୋଷ ବ୍ୟକ୍ତ କରିଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।
VIRAT KOHLI'S AWKWARD MOMENT
— Huzaifa (@Huzaifa_Says11) January 1, 2025
Gets ignored by Preity Zinta 😅 pic.twitter.com/OIenTQRoKi
ବିରାଟ କୋହଲି ଏବଂ ପ୍ରୀତି ଜିଣ୍ଟାଙ୍କ ଏହି ଭାଇରାଲ ଭିଡିଓ ୨୦୨୩ ମସିହାର ହୋଇଥିବା ବେଳେ ଏହା ପୁଣିଥରେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଆଇପିଏଲ ୨୦୨୫ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହୋଇନାହିଁ। ସେଥିପାଇଁ ବିରାଟ କୋହଲି ଏବଂ ପ୍ରୀତି ଜିଣ୍ଟାଙ୍କୁ ୨୦୨୫ ସିଜିନରେ ଏପର୍ଯ୍ୟନ୍ତ ଗୋଟିଏ ପଡ଼ିଆରେ ଏକାଠି ଦେଖିବାକୁ ମିଳିନାହିଁ।