ଆଇପିଏଲ: ହାଇଦ୍ରାବାଦକୁ ୫ ରନ୍‌ରେ ପରାସ୍ତ କଲା ପଞ୍ଜାବ

ସାରଜା : ସାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୩୭ତମ ମ୍ୟାଚରେ ହାଇଦ୍ରାବାଦକୁ ୫ ରନ୍‌ରେ ପରାସ୍ତ କରିଛି ପଞ୍ଜାବ । ପ୍ରଥମ ପାଳିରେ ପଞ୍ଜାବ ୨୦ ଓଭରରେ ୭ ୱିକେଟ ହରାଇ ୧୨୫ ରନ୍‌ କରିଥିଲା । ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୭ ୱିକେଟ ହରାଇ ୧୨୦ ରନ୍‌ କରି ପରାଜୟ ବରଣ କରିଛି । ପଞ୍ଜାବ ପକ୍ଷରୁ ରବି ବିଷ୍ନୋଇ ୩ଟି ୱିକେଟ ନେଇଥିବା ବେ‌ଳେ ମହମ୍ମଦ ଶାମି ୨ଟି ଓ ଅର୍ଶଦୀପ ସିଂ ଗୋଟିଏ ୱିକେଟ ନେଇ ପଞ୍ଜାବକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ପଞ୍ଜାବ ୮ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ପଞ୍ଚମରେ ରହିଛି । ଅନ୍ୟପଟେ ହାଇଦ୍ରାବାଦ ୯ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିବାରେ ସକ୍ଷମ ହୋଇପାରିଛି ।

ଆଜି ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳ ଭଲ ଆରମ୍ଭ କରିଥିଲେ ବି ପରବର୍ତ୍ତୀ ସମୟରେ ତାହାକୁ ବଜାୟ ରଖିପାରିନଥିଲା । ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳ ଏକ ବଡ଼ ସ୍କୋର କରିପାରି ନଥିଲା । ପଞ୍ଜାବ ପକ୍ଷରୁ ଆଇଡେନ ମାର୍କରାମ ୨୭ ଓ କେଏଲ ରାହୁଲ ୨୧ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଜାସନ ହୋଲଡର ୩ଟି ଓ୍ବିକେଟ ନେଇଥିଲେ । ଚଳିତ ଆଇପିଏଲରେ ଉଭୟ ହାଇଦ୍ରାବାଦ ଓ ପଞ୍ଜାବ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଫଳରେ ପଏଣ୍ଟ ଟେବୁଲରେ ଉଭୟ ଦଳ ଯଥାକ୍ରମେ ତଳଆଡ଼ୁ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ସମ୍ବନ୍ଧିତ ଖବର