ରାଜସ୍ଥାନ ଆଗରେ ୨୨୨ ରନର ବିଜୟ ଲକ୍ଷ୍ୟ ରଖିଲା ପଂଜାବ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୧ର ୪ର୍ଥ ମ୍ୟାଚରେ ପଂଜାବ କିଙ୍ଗ୍ସ ରାଜସ୍ଥାନ ରୟାଲ୍ସ ଆଗରେ ୨୨୨ ରନର ବିଜୟ ଲକ୍ଷ୍ୟ ରଖିଛି ।

ଆଜି ରାଜସ୍ଥାନ ରୟାଲ୍ସ ଟସ ଜିତି ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଂଜାବ ପକ୍ଷରୁ ଅଧିନାୟକ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ପ୍ରଥମରୁ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ ବି ମୟଙ୍କ ମାତ୍ର ୧୪ ରନ କରି ଆଉଟ ହୋଇଯାଇଥିଲେ । ତେବେ କ୍ରିସ ଗେଲ ପଡ଼ିବାକୁ ଓହ୍ଲାଇବା ପରେ ସ୍କୋର ଗତି ବଢିଯାଇଥିଲା । ଉଭୟ ଗେଲ ଓ ରାହୁଲ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ । ରାହୁଲ ସର୍ବାଧିକ ୯୧ ରନ କରିଥିବାବେଳେ ଗେଲ ୪୦ ରନ ଓ ଦିପକ ହୁଦା ୬୪ ରନ କରିଥିଲେ । ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୧ ରନ କରିଥିଲା ।

ରାଜସ୍ଥାନ ପକ୍ଷରୁ ଚେତନ ସକାରିଆ ୩ଟି, କ୍ରିସ ମୋରିସ ୨ଟି ଏବଂ ରିୟାନ ପରାଗ ଗୋଟିଏ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର