ଦୁବାଇ : ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଆଜି ଆଇପିଏଲ-୨୦୨୧ର ୩୨ତମ ମ୍ୟାଚ କିଙ୍ଗସ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚରେ ପଞ୍ଜାବର ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।
ଚଳିତ ଆଇପିଏଲରେ ଉଭୟ ଦଳର ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ । ପଞ୍ଜାବ ୮ଟି ମ୍ୟାଚରୁ ୩ ବିଜୟ ୫ ପରାଜୟ ସହ ମୋଟ ୬ ପଏଣ୍ଟ ପାଇଥିବାବେଳେ ରାଜସ୍ଥାନ ୭ଟି ମ୍ୟାଚରୁ ୩ ବିଜୟ ୪ ପରାଜୟ ସହ ୬ ପଏଣ୍ଟ ପାଇଛି । ରାଜସ୍ଥାନ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଥିବାବେଳେ ପଞ୍ଜାବ ୭ମ ସ୍ଥାନରେ ରହିଛି । ଉଭୟ ଦଳର ନେଟ ରନରେଟ ମଧ୍ୟ ଶୂନଠାରୁ ତଳେ ରହିଛି । ବର୍ତ୍ତମାନର ସ୍ଥିତି ଅନୁସାରେ ଉଭୟ ଦଳ ନକଆଉଟ ସ୍ତରକୁ ପହଞ୍ଚିବା କଷ୍ଟକର ମନେହେଉଛି ।
ଗତକାଲି ଖେଳାଯାଇଥିବା ମ୍ୟାଚରେ କୋଲକାତା ବାଙ୍ଗାଲୋରକୁ ୯ ଓ୍ବିକେଟରେ ପରାସ୍ତ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/WhatsApp-Image-2021-09-21-at-18.52.26.jpeg)