ଆଇପିଏଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ, ବ୍ୟାଟିଂ କରିବ କୋଲକାତା

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୧ର ୪୫ ତମ ମ୍ୟାଚ କୋଲକାତା ନାଇଟରାଇଡର୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ପଂଜାବ କିଙ୍ଗସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଚଳିତ ଆଇପିଏଲରେ ପଞ୍ଜାବ ଦଳ ୧୧ଟି ମ୍ୟାଚ ଖେଳି ୪ ବିଜୟ ଓ ୭ ପରାଜୟ ସହ ୮ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି । ଅନ୍ୟପକ୍ଷରେ କୋଲକାତା ୧୧ ମ୍ୟାଚରୁ ୫ ବିଜୟ ୬ ପରାଜୟ ସହ ୧୦ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ପଞ୍ଜାବ ପ୍ଲେଅଫକୁ ଯିବା କଷ୍ଟକର ହୋଇପଡ଼ିଥିବାବେଳେ କୋଲକାତା ପାଇଁ ସୁଯୋଗ ରହିଛି । ଏଣୁ ଏହି ମ୍ୟାଚ କୋଲକାତା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି ।

ଗତକାଲି ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ହାଇଦ୍ରାବାଦକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା ।

ସମ୍ବନ୍ଧିତ ଖବର