ଆଇପିଏଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୪୬ତମ ମ୍ୟାଚ କୋଲକତା ଓ ପଞ୍ଜାବ ମଧ୍ୟରେ ଖେଳାଯାଉଛି । ଏଥିରେ ପଞ୍ଜାବ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଚଳିତ ଆଇପିଏଲରେ ପଞ୍ଜାବ ଦଳ ଆରମ୍ଭରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟରେ ଗତ କିଛି ମ୍ୟାଚ ହେଲା  ଚମକପ୍ରଦ ପ୍ରଦର୍ଶନ କରିଚାଲିଛି । ବିଶେଷକରି କ୍ରିସ ଗେଲଙ୍କ ଆଗମନ ପରେ ଦଳର ବ୍ୟାଟିଂଲାଇନ ଶକ୍ତିଶାଳୀ ହୋଇଛି । ଦଳ ଏପର୍ଯ୍ୟନ୍ତ ମୋଟ ୧୧ଟି ମ୍ୟାଚ ଖେଳି ୫ ବିଜୟ ୬ ପରାଜୟ ସହ ୧୦ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ କୋଲକତା ୧୧ଟି ମ୍ୟାଚ ଖେଳି ୬ ବିଜୟ ୫ ପରାଜୟ ସହ ୧୨ ପଏଣ୍ଟ ପାଇ  ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର