ଭୁବନେଶ୍ୱର: ଖେଳର ବିକାଶ ଦିଗରେ ଖେଳ ସାମ୍ବାଦିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି େଓ୍ଵଟ୍ଲିଫ୍ଟର କୋଚ୍ ପାଲ ସିଂହ ସାନ୍ଧୁ କହିଥିଲେ। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଗଠନର ବାର୍ଷିକ ସମାରୋହରେ ଯୋଗଦେଇ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ଅତିଥି ସାନ୍ଧୁ କହିଥିଲେ, ଓଡ଼ିଶାର ଖେଳ ସହିତ ୧୯୭୮ରୁ ମୋ ସମ୍ପର୍କ ରହିଛି। ବ୍ରହ୍ମପୁରର େଓ୍ଵଟ୍ଲିଫ୍ଟର ବିଜୟ କୁମାର ଶତପଥୀ ଜାତୀୟ ସ୍ତରରେ ନାମ କରିଛନ୍ତି। ସେହିଭଳି ରେଶମ ସହରର େଓ୍ଵଟ୍ଲିଫ୍ଟର କେ ରବି ମଧ୍ୟ ରାଜ୍ୟର ଗୌରବ ବଢ଼ାଇଛନ୍ତି। ଖେଳ ଓ ଖେଳାଳିଙ୍କର ବିକାଶ ଦିଗରେ ଓସ୍ଜା କାମ କରୁଛି। ଏଥି ସହିତ ସେ ସକରାତ୍ମକ ଓ ନକରାତ୍ମକ ଖବର ଉପରେ ମଧ୍ୟ ଆଲୋଚନା କରିଥିଲେ।
ପୂର୍ଣ୍ଣିମା ହେମ୍ବ୍ରମ, ଦେବ ପ୍ରସାଦ ସିଂହଙ୍କୁ ମିଳିଲା ‘ଓସ୍ଜା ଆଓ୍ଵାର୍ଡ
ଭୁବନେଶ୍ୱର: ଅନ୍ତର୍ଜାତୀୟ ହେପ୍ଟାଥ୍ଲେଟ ପୂର୍ଣ୍ଣିମା ହେମ୍ବ୍ରମ ଓ ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ୍ ଖେଳାଳି ଦେବ ପ୍ରସାଦ ସିଂହଙ୍କୁ ବୁଧବାର ‘ଓସ୍ଜା ଆଓ୍ଵାର୍ଡ’ ମିଳିଛି। ଓସ୍ଜାର ବାର୍ଷିକ ପୁରସ୍କାର ୨୦୧୭-୧୮ ପାଇଁ ଏହି ପୁରସ୍କାର ଦିଆଯାଇଛି। ପୂର୍ଣ୍ଣିମାଙ୍କୁ ଚଳିତ ବର୍ଷ ଶ୍ରେଷ୍ଠ ଖେଳାଳି ଭାବରେ ଏହି ପୁରସ୍କାର ଓ କ୍ରୀଡା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ଯୋଗୁଁ ଦେବ ପ୍ରସାଦ ସିଂହଙ୍କୁ ଆଜୀବନ ସାଧନା ପୁରସ୍କାର ଦିଆଯାଇଛି। ଏଥି ପାଇଁ ଉଭୟ ପ୍ରତିଭାଙ୍କୁ ୨୫୦୦୦ ଟଙ୍କା ଓ ଉପଢ଼ୌକନ ସହିତ ପ୍ରମାଣପତ୍ର ଦିଆଯାଇଛି।
ଭାରତର ପ୍ରଥମ ମହିଳା ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ଅନ୍ୟତମ ଅତିଥି ହଂସିକା ଶର୍ମା କହିଥିଲେ, ଖେଳର ବିକାଶ କରିବାକୁ ହେଲେ ଏଥି ପାଇଁ ଯୋଜନା କରାଯିବା ଦରକାର। ଯୋଜନା ମୁତାବକ କାମ କଲେ ସଫଳତା ମିଳିବ। ଏଥି ପାଇଁ ଖେଳକୁ ଭଲ ବଜେଟ୍ ମିଳିବା ଦରକାର। ମୁଖ୍ୟତଃ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାକୁ ହେଲେ ଖେଳାଳିଙ୍କୁ ଠିକ୍ ରୂପରେ ଚୟନ କରାଯିବା ଦରକାର।
ସମାରୋହର ମୁଖ୍ୟ ଅତିଥି କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଳ ଦେବ କହିଥିଲେ, ଭୁବନେଶ୍ୱରରେ ଆମେ ମାତ୍ର ୯୦ ଦିନ ଭିତରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ଆୟୋଜନ କରିପାରିଛୁ। ଏଥି ସହିତ ଏଠାରେ ଆଇଏସ୍ଏ(ଇଣ୍ଡିଆନ୍ ସୁପର ଲିଗ୍)ର ଆୟୋଜନ କରାଯାଇ ପାରିଛି। ବିଗତ ୧୫ ବର୍ଷ ମଧ୍ୟରେ ଓଡ଼ିଶା ବାହାରେ ଓଡ଼ିଶାର ନକରାତ୍ମକ ଖବର ପ୍ରକାଶ ପାଇ ଆସୁଥିଲା କିନ୍ତୁ ୨ରୁ ୩ ବର୍ଷ ମଧ୍ୟରେ ଏହି ଧାରାରେ ପରିବର୍ତ୍ତନ ଆସିଛି ବୋଲି ସଚିବ କହିଛନ୍ତି। ପ୍ରଥମ ଥର ପାଇଁ ଓସ୍ଜା ତରଫରୁ ପୁରସ୍କାର ପ୍ରଦାନ କରାଯିବା ଖୁସିର ବିଷୟ ବୋଲି ମୁଖ୍ୟ ଅତିଥି କହିଛନ୍ତି। ଏହି ଅବସରରେ ମୁଖ୍ୟ ଅତିଥି ବିଶାଳ ଦେବ ପୂର୍ଣ୍ଣିମା ହେମ୍ବ୍ରମ ଓ ଦେବେନ୍ଦ୍ର ପ୍ରସାଦ ସିଂହ(ଦେବ)ଙ୍କୁ ପୁରସ୍କାର, ଉପଢ଼ୌକନ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।