ଜକାର୍ତା: ଏସୀୟ କ୍ରୀଡ଼ାରେ ଅନ୍ୟତମ ଓଡ଼ିଆ ପୂର୍ଣ୍ଣିମା ହେମ୍ବ୍ରମ୍ ମଧ୍ୟ ପଦକର ନିକଟତର ହୋଇଛନ୍ତି। ସାତ ଇଭେଣ୍ଟ୍ ବିଶିଷ୍ଟ ହେପ୍ଟାଥଲନ୍ର ପ୍ରଥମ ଦିବସ ଶେଷ ସୁଦ୍ଧା ପୂର୍ଣ୍ଣିମା ୨୫୬୮ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛନ୍ତି। ସାଥୀ ଭାରତୀୟା ସ୍ୱପ୍ନା ବର୍ମନ (୨୬୯୧) ଏବଂ ଚୀନ୍ର ଓ୍ଵାଙ୍ଗ୍ କିଙ୍ଗ୍ଲିଙ୍ଗ୍ (୨୬୦୨) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ସକାଳେ ୧୦୦ ମିଟରରେ ପୂର୍ଣ୍ଣିମା ୧୦୦୦ ପଏଣ୍ଟ୍ (୧୩.୮୫ ସେକେଣ୍ଡ୍, ଦ୍ୱିତୀୟ) ଏବଂ ସ୍ୱପ୍ନା ୯୮୧ ପଏଣ୍ଟ୍ (୧୩.୯୮ ସେକେଣ୍ଡ୍, ଚତୁର୍ଥ) ପାଇଥିଲେ। ହାଇଜମ୍ପ୍ରେ ପୂର୍ଣ୍ଣିମା ୧୮୯୧ (୧.୭୩ ମିଟର୍) ଏବଂ ସ୍ୱପ୍ନା ୧୯୮୪ ପଏଣ୍ଟ୍ (୧.୮୨ ମିଟର୍, ଶୀର୍ଷରେ) ପକେଟସ୍ଥ କରିଥିଲେ। ସେହିଭଳି ସଟ୍ପୁଟ୍ରେ ପୂର୍ଣ୍ଣିମା ୧୨.୨୪ ମିଟର୍ ସହିତ ୬୭୭ ପଏଣ୍ଟ୍ ଓ ସ୍ୱପ୍ନା ୧୨.୭୮ ମିଟର୍ ସହିତ ୭୦୭ ପଏଣ୍ଟ୍ ଅର୍ଜନ କରିଥିଲେ। ସଂଧ୍ୟାରେ କିନ୍ତୁ ପୂର୍ଣ୍ଣିମା ୨୫.୨୪ ସେକେଣ୍ଡ୍ ସମୟ ନେଇ ନିଜ ହିଟ୍ରେ ଶୀର୍ଷରେ ରହି ୮୫୬ ପଏଣ୍ଟ୍ ପାଇଥିବା ବେଳେ ସ୍ୱପ୍ନା ୭୯୦ ପଏଣ୍ଟ୍ରେ ସୀମିତ ରହିଥିଲେ।
ପଦକ ନିକଟରେ ପୂର୍ଣ୍ଣିମା
/sambad/media/post_attachments/wp-content/uploads/2018/08/purnima.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)