କଟକ: ଓଡ଼ିଶାର ବିସିସିଆଇ ସ୍ୱୀକୃତିପ୍ରାପ୍ତ ଟ୍ରେନର ପୂର୍ଣ୍ଣେନ୍ଦୁ ଜେନା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ନାଗାଲାଣ୍ଡର ୨୩ ବର୍ଷରୁ କମ୍ ଦଳର ଟ୍ରେନର ଭାବେ ନିଯୁକ୍ତି ପାଇବାକୁ ଯାଉଛନ୍ତି। ପୂର୍ଣ୍ଣେନ୍ଦୁଙ୍କୁ ବିସିସିଆଇ ସିଧାସଳଖ ଗୋଟିଏ ବର୍ଷ ପାଇଁ ନାଗାଲାଣ୍ଡର ଟ୍ରେନର ଭାବେ ଚୁକ୍ତି କରିବାକୁ ଯାଉଥିବା ଏକ ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ। ଔପଚାରିକ ଭାବେ କୌଣସି ସୂଚନା ଆସିନଥିବାରୁ ଏ ସଂକ୍ରାନ୍ତରେ ପୂର୍ଣ୍ଣେନ୍ଦୁ କିଛି କହିବାକୁ ମନା କରିଦେଇଛନ୍ତି। ପୂର୍ବରୁ ପୂର୍ଣ୍ଣେନ୍ଦୁ ଜେଡ୍ସିଏ ଶିବିରରେ ଟ୍ରେନର ଭାବେ କାର୍ଯ୍ୟ କରିଆସୁଥିଲେ। ଅନ୍ୟପକ୍ଷରେ ଓଡ଼ିଶାରୁ ୪ଜଣ ଖେଳାଳି ଏନ୍ଓସି ନେଇ ଉତ୍ତର ପୂର୍ବ ରାଜ୍ୟମାନଙ୍କୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା।