ସିନ୍ଧୁଙ୍କ ଆଉ ଏକ ସଫଳତା, ଫୋବର୍ସ ତାଲିକାରେ ୪ର୍ଥ ଧନି ଖେଳାଳି

ନୂଆଦିଲ୍ଲୀ: କୋର୍ଟରେ ନିଜର ପ୍ରଦର୍ଶନ ବଳରେ ଦର୍ଶକଙ୍କୁ ବାନ୍ଧି ରଖି ପାରୁଥିବା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ପାଇଁ ୨୦୧୭ ଅନେକ ସଫଳତା ଆଣି ଦେଇଛି। ବର୍ଷ ଶେଷରେ ସେ ଏକ ଅଭୁଲା ରେକର୍ଡ ସ୍ଥାପନ କରିଛନ୍ତି।

ବିଶ୍ୱର ଲୋକପ୍ରିୟ ପତ୍ରିକା ‘ଫୋବର୍ସ ଇଣ୍ଡିଆ’ ୨୦୧୭ର ୧୦୦ ଭାରତୀୟ ଧନି ତାଲିକା ଜାରି କରିଛି, ଯେଉଁଥିରେ କି ବିଶ୍ୱର ୩ ନମ୍ବର ଖେଳାଳି ପିଭି ସିନ୍ଧୁଙ୍କୁ ୪ର୍ଥ ସ୍ଥାନ ମିଳିଛି। କେବଳ ଏତିକି ନୁହେଁ ସିନ୍ଧୁଙ୍କୁ ପତ୍ରିକାର କଭର ପେଜ୍‌ରେ ସ୍ଥାନ ମିଳିଛି। ଏହି ତାଲିକାରେ ନିଜକୁ ସାମିଲ କରିବାରେ ସବୁଠାରୁ କନିଷ୍ଠ। କ୍ରିକେଟ ପାଇଁ ପାଗଳ ହୋଇ ପଡୁଥିବା ଦେଶର ୩ଜଣ କ୍ରିକେଟରଙ୍କ ପରେ ସିନ୍ଧୁ ସବୁଠାରୁ ଅଧିକ ରୋଜଗାର କରୁଛନ୍ତି ବୋଲି ଫୋବର୍ସ ତାଲିକା ପ୍ରକାଶ କରିଛି।

ସିନ୍ଧୁ ଓ ରିଓ ଅଲମ୍ପିକ୍ସ

୨୦୧୬ରେ ରିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ବିଜୟିନୀ ସିନ୍ଧୁ ୫୭.୨୫ କୋଟି(୨୦୧୭) ରୋଜଗାର କରିଥିଲେ। ସେତେବେଳେ ସେ ଏହି ତାଲିକାର ୧୩ ନମ୍ବର ସ୍ଥାନରେ ଥିଲେ। ଫୋବର୍ସ ଏହି ତାଲିକାରେ ୨୧ ଜଣ ମହିଳାଙ୍କୁ ସାମିଲ କରିଥିଲା, ଯେଉଁଥିରେ କି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୭ମ ସ୍ଥାନ ପାଇଥିଲେ। ପ୍ରିୟଙ୍କାଙ୍କ ରୋଜଗାର ୬୮ କୋଟି ଦର୍ଶା ଯାଇଥିଲା।

ଫୋବର୍ସ ୫ଟି ଭିନ୍ନ ଭିନ୍ନ ଖେଳାଳିଙ୍କ ପାଇଁ ୫ଟି ଅଲଗା ଅଲଗା କଭର ପେଜ ପ୍ରସ୍ତୁତ କରିଛି। ଏଥିରେ ୩ ଜଣ ମହିଳା ଓ ୨ ଜଣ ପୁରୁଷ ଅଭିନେତା ସାମିଲ ହୋଇଛନ୍ତି। ୩ଜଣ ମହିଳାଙ୍କ ମଧ୍ୟରେ ୨ଜଣ ହେଲେ ଅଭିନେତ୍ରୀ(ପ୍ରିୟଙ୍କା ଚୋପରା ଓ ଅନୁଷ୍କା ଶର୍ମା) ଓ ଏକ ଖେଳାଳି (ପିଭି ସିନ୍ଧୁ)। ସେହିଭଳି ଅଭିନେତା ମାନଙ୍କ ମଧ୍ୟରୁ ସାହିଦ କପୁର ଓ ରାଜକୁମାର ରାଓଙ୍କ ନାମ ରହିଛି।

ଫୋବର୍ସ ୧୦୦ ଧନିଙ୍କୁ ସାମିଲ କରିବା ପାଇଁ ୨୦୧୬ ଅକ୍ଟୋବର ୧ରୁ ୨୦୧୭ ସେପ୍ଟେମ୍ବର ୩୦ ମଧ୍ୟରେ ରୋଜଗାର କରିଥିବା ଟଙ୍କାକୁ ଆଧାର କରିଥିଲା। ଗତ ବର୍ଷ ଏହି ତାଲିକାରେ ବଲିଉଡ଼ ଓ କ୍ରିକେଟର ବଡ଼ ସଂଖ୍ୟାରେ ସାମିଲ ଥିଲେ ୪୬ଜଣ ଅଭିନେତା-ଅଭିନେତ୍ରୀ ଓ ୨୧ଜଣ ଖେଳାଳିଙ୍କ ମଧ୍ୟରୁ ୧୫ ଜଣ କ୍ରିକେଟର ସାମିଲ ଥିଲେ।

ଫୋବର୍ସ ୧୦୦ ତାଲିକାରେ ଦେଶର ୨୧ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି, ଏଥିରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୧୦୦.୭୨ କୋଟି ରୋଜଗାର କରିବା ସହିତ ୩ୟ ଖେଳାଳି ଭାବରେ ରହିଛନ୍ତି। ବିରାଟ କୋହଲିଙ୍କ ପଛକୁ ଅଛନ୍ତି ସଚିନ ତେନ୍ଦୁଲକର(୬୩.୭୭ କୋଟି ଟଙ୍କା), ପିଭି ସିନ୍ଧୁ(୫୭.୨୫ କୋଟି ଟଙ୍କା) ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ୩୪.୬୭ କୋଟି ଟଙ୍କା।

ସେହିଭଳି ତାଲିକାରେ ୩ଜଣ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ସାମିଲ କରାଯାଇଛି। ସିନ୍ଧୁଙ୍କ ପରେ ସାଇନା ନେହେଓ୍ଵାଲ ଓ କିଦାମ୍ବି ଶ୍ରୀକାନ୍ତ(୬.୧୩ କୋଟି ଟଙ୍କା) ଧନି ଖେଳାଳି। ସାଇନା ନେହେଓ୍ଵାଲ ୩୧ କୋଟି ଟଙ୍କା ରୋଜଗାର ସହିତ ପୂରା ବିଶ୍ୱ ତାଲିକାରେ ୨୯ତମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର