ପିଭିଆର୍‌ ମୂର୍ତ୍ତି ଅନ୍ତଃବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତା ୧୦ରୁ

କଟକ: ୟୁନିଅନ୍‌ ସ୍ପୋର୍ଟିଂ କ୍ଲବ୍‌ ଆନୁକୂଲ୍ୟରେ ବୋସ୍‌ ବୈଷୟିକ ବିଦ୍ୟାଳୟ ପଡ଼ିଆରେ ତ୍ରୟୋଦଶ ପିଭିଆର୍‌ ମୂର୍ତ୍ତି ଅନ୍ତଃବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତା ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ଏଥିରେ କଟକ ଓ ଭୁବନେଶ୍ୱରରୁ ୧୬ ବିଦ୍ୟାଳୟ ଭାଗ ନେବେ। ଭୁବନେଶ୍ୱରରୁ କିସ୍‌, ଦିଲ୍ଲୀ ପବ୍ଲିକ୍‌ ସ୍କୁଲ୍‌ ଭାଗ ନେଉଥିବା ବେଳେ କଟକର ସରସ୍ୱତୀ ଶିଶୁମନ୍ଦିର, ଷ୍ଟିଓ୍ଵାର୍ଟ, ଏସ୍‌ସିବି ମେଡିକାଲ୍‌ ପବ୍ଲିକ୍‌ ସ୍କୁଲ୍‌, ରେଲେଓ୍ଵ ସେଟଲମେଣ୍ଟ, କେମ୍ବ୍ରିଜ୍‌, ରାଣୀହାଟ, ନିଉ ଷ୍ଟିଓ୍ଵାର୍ଟ, ଯୋବ୍ରା ମୁନିସିପାଲ୍‌ ଉଚ୍ଚ ବିଦ୍ୟାଳୟ, ରେଭେନ୍ସା କଲିଜିଏଟ୍‌, ଓଡ଼ିଶା ପୁଲିସ୍‌ ଉଚ୍ଚ ବିଦ୍ୟାଳୟ, ସୟଦ ସେମିନାରୀ, ପିଏମ୍‌ ଏକାଡେମି, ସେକେଣ୍ଡାରୀ ବୋର୍ଡ ଉଚ୍ଚ ବିଦ୍ୟାଳୟ, ଡିଏଭି ପବ୍ଲିକ୍‌ ସ୍କୁଲ୍‌ ଅଂଶଗ୍ରହଣ କରୁଛନ୍ତି। ଲିଗ୍‌ ପର୍ଯ୍ୟାୟ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ମ୍ୟାଚ୍‌ ନକ୍‌ଆଉଟ ଭିତ୍ତିରେ ଖେଳାଯିବ। ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ କ୍ୱାର୍ଟର ଫାଇନାଲ୍‌, ୨୨ ଓ ୨୩ରେ ସେମିଫାଇନାଲ୍‌ ଏବଂ ୨୫ରେ ଫାଇନାଲ୍‌ ମ୍ୟାଚ ଅନୁଷ୍ଠିତ ହେବ। ପ୍ରତ୍ୟେକ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କାର ଦିଆଯିବା ସହିତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିଙ୍କୁ ବାଇକ୍‌ ପୁରସ୍କାର ଦିଆଯିବ। ଏହାବ୍ୟତୀତ ୧୫ ତାରିଖରୁ ଚତୁର୍ଥ ପିଭିଆର୍‌ ମୂର୍ତ୍ତି ଅନ୍ତଃ କ୍ଲବ୍‌ କ୍ରିକେଟ ପ୍ରତିଯୋଗିତା ଆୟୋଜନ ହେବ ବୋଲି ୟୁନିଅନ୍‌ ସ୍ପୋର୍ଟିଂର ସଂପାଦକ ପ୍ରଦୀପ ଚୌହ୍ଵାନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର