କଟକ: ୟୁନିଅନ୍ ସ୍ପୋର୍ଟିଂ କ୍ଲବ୍ ଆନୁକୂଲ୍ୟରେ ବୋସ୍ ବୈଷୟିକ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ପିଭିଆର୍ ମୂର୍ତ୍ତି ଅନ୍ତଃବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗିତାରେ ରବିବାର ଓଡ଼ିଶା ପୁଲିସ୍ ଉଚ୍ଚ ବିଦ୍ୟାଳୟ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛି। ଏହି ଦଳ ୫ ଓ୍ଵିକେଟରେ ରେଭେନ୍ସା କଲିଜିଏଟ୍କୁ ପରାସ୍ତ କରିଛି। ରେଭେନ୍ସା କଲିଜିଏଟ୍ ୨୪.୧ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୧୭ ରନ୍ କରିଥିଲା। କମଳଲୋଚନ ସେନାପତି ୨୦, ପ୍ରେମ୍ କୁମାର ଦାସ ୧୮ ରନ୍ କରିଥିଲା ବେଳେ ଓଡ଼ିଶା ପୁଲିସ୍ ବିଦ୍ୟାଳୟର ମଦନ ଦାସ ୪, ସୋଏବ୍ ଖାନ୍ ୩ ଓ୍ଵିକେଟ ଅକ୍ତିଆର କରିଥିଲେ। ୧୧୮ ରନ୍ର ଲକ୍ଷ୍ୟକୁ ଓଡ଼ିଶା ପୁଲିସ୍ ବିଦ୍ୟାଳୟ ୨ ଓଭର ପୂର୍ବରୁ ୫ ଓ୍ଵିକେଟ ବିନିମୟରେ ହାସଲ କରିଥିଲା। ମଙ୍ଗେସ ଚୌଧୁରୀ ୩୯, ପ୍ରଶାନ୍ତ ଗମାଙ୍ଗ ୩୬ ରନ୍ କରି ଦଳକୁ ଜିତାଇଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ବିଜୟୀ ଦଳର ମଙ୍ଗେସଙ୍କୁ ବିସିସିଆଇ ଦୁର୍ନୀତି ନିବାରଣ ଅଧିକାରୀ ଶିବୁ ପ୍ରକାଶ ଘୋଷ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦେଇଥିଲେ। ଏହି ମ୍ୟାଚ୍କୁ ବିଭୁ ଚୌଧୁରୀ ଓ ଶୁଭଦିତ ମୁଖାର୍ଜୀ ପରିଚାଳନା କରିଥିଲେ। ସୋମବାର ଭୁବନେଶ୍ୱରର କିସ୍ ଓ ମହାନଦୀବିହାରର ସରସ୍ୱତୀ ଶିଶୁ ମନ୍ଦିର ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ଖେଳାଯିବ।
ପିଭିଆର୍ ମୂର୍ତ୍ତି ଅନ୍ତଃବିଦ୍ୟାଳୟ କ୍ରିକେଟ୍
କ୍ୱାର୍ଟରରେ ଓଡ଼ିଶା ପୁଲିସ୍ ଉଚ୍ଚ ବିଦ୍ୟାଳୟ
/sambad/media/post_attachments/wp-content/uploads/2018/04/PVR-murthy-inter-school-Sunday-match-photo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)