କାତାର ବିଶ୍ବକପ୍‌ ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ରହିଲା। ପାଖାପାଖି ମାସେ ଧରି ଚାଲିଥିବା ଏହି ବିଶ୍ବକପ୍‌କୁ ସ୍ମରଣୀୟ କରିବାକୁ ଆୟୋଜକଙ୍କ ପକ୍ଷରୁ ସବୁ ପ୍ରକାରର ଚେଷ୍ଟା କରାଯାଇଛି। ଉଦ୍‌ଘାଟନୀ ସମାରୋହ ପରି ଉଦ୍‌ଯାପନୀ ସମାରୋହକୁ ମଧ୍ୟ ଆକର୍ଷଣୀୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥର ଉଦ୍‌ଯାପନୀ ସମାରୋହକୁ ୧୫ ମିନିଟ୍‌ ଭିତରେ ସୀମିତ ରଖାଯିବାକୁ ନିଷ୍ପତ୍ତି ହୋଇଛି। ଏତିକି ସମୟ ମଧ୍ୟରେ କାତାର ସଂସ୍କରଣର ଯାତ୍ରାକୁ ସଂଗୀତ ଓ କବିତା ମାଧ୍ୟମରେ ପ୍ରଦର୍ଶନ କରାଯିବ।

Advertisment

‘ଏ ନାଇଟ୍‌ ଟୁ ରିମେମ୍ବର’ ନାମରେ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସାଉଣ୍ଡଟ୍ରାକ୍‌ର ଡାଭିଡୋ ଓ ଆଇସା ‘ହାୟା ହାୟା’ ସଂଗୀତ ପରିବେଷଣ କରିବେ। ଓଜୁନା ଓ ଜିମ୍ସ ‘ଆର୍‌ବୋ’ ପରିବେଷଣ କରି‌ବା ପରେ ମହିଳା ତାରକାମାନେ ଷ୍ଟାଡିୟମ୍‌ ଉଷ୍ମତା ବଢାଇବେ। ବାଲ୍‌କ୍ବିସ୍‌, ରାହମା ରିଆଦ୍‌, ମନାଲ୍‌ଙ୍କ ସହିତ ଭାରତୀୟ ତାରକା ନୋରା ଫତେହିଙ୍କ ଦ୍ବାରା ‘ଲାଇଟ୍‌ ଦ ସ୍କାଏ’ ନୃତ୍ୟ ପରିବେଷଣ କରାଯିବ। ୧୫ ମିନିଟ୍‌ ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ଶେଷ କରାଯିବା ପରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ମେଗା ଫାଇନାଲ୍ ମ୍ୟାଚ୍‌ ଆରମ୍ଭ ହେବ।