ଭୁବନେଶ୍ବର: ଜର୍ମାନୀର ବର୍ଲିନଠାରେ ଚଳିତମାସ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଚତୁଃରାଷ୍ଟ୍ରୀୟ ହକି ପ୍ରତିଯୋଗିତା ଲାଗି ହକି ଇଣ୍ଡିଆ ମଙ୍ଗଳବାର ୨୪ଜଣିଆ ଦଳ ଘୋଷଣା କରିଛି। ଏଥିରେ ଓଡ଼ିଶାର ୫ଜଣ ଖେଳାଳି ବିବେକ ଲାକ୍ରା, ଅନମୋଲ ଏକ୍କା, ରୋଶନ କୁଜୁର, ରୋହିତ କୁଲୁ ଓ ଅଦ୍ରୋହିତ ଏକ୍କା ସ୍ଥାନ ପାଇଛନ୍ତି। ଏହି ପ୍ରତି‌ଯୋଗିତାରେ ଭାରତ ସହ ଘରୋଇ ଜର୍ମାନୀ, ଅଷ୍ଟ୍ରେଲିଆ ଓ ସ୍ପେନ୍ ଅଂଶଗ୍ରହଣ କରିବେ। ଲିଗ୍ ପର୍ଯ୍ୟାୟ ପରେ ଶୀର୍ଷ ଦୁଇ ଦଳ ଫାଇନାଲ୍ ଖେଳିବେ। ଅନ୍ୟ ଦୁଇ ଦଳ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଲଢ଼ିବେ। ଏହି ପ୍ରତିଯୋଗିତା ଭାରତୀୟ ଖେଳାଳିଙ୍କ ପାଇଁ ଚେନ୍ନାଇ ଓ ମଦୁରାଇରେ ନଭେମ୍ବର ୨୮ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା କନିଷ୍ଠ ହକି ବିଶ୍ବକପ୍ ଲାଗି ପ୍ରସ୍ତୁତି ମଞ୍ଚ ଭଳି କାମ କରିବ। ଅମିର ଅଲୀ ଭାରତୀୟ ଦଳର ଉପଅଧିନାୟକ ଥିଲା ବେଳେ ଅରାଇଜିତ ସିଂହ ହୁଣ୍ଡାଲ ଅଧିନାୟକ ନିଯୁକ୍ତ ହୋଇଛନ୍ତି। 

Advertisment

ଭାରତୀୟ ଦଳ: ବିକ୍ରମଜିତ ସିଂହ, ବିବେକ ଲାକ୍ରା (ଗୋଲ୍‌ରକ୍ଷକ), ଅମିର ଅଲୀ (ଉପଅଧିନାୟକ), ତଲେମ ପ୍ରିୟବ୍ରତ, ଶାରଦାନନ୍ଦ ତିୱାରୀ, ସୁନୀଲ ପିବି, ଅନମୋଲ ଏକ୍କା, ରୋହିତ, ରବନୀତ ସିଂହ, ସୁଖବିନ୍ଦର (ରକ୍ଷଣଭାଗ), ଅଙ୍କିତ ପାଲ, ମନିମୀତ ସିଂହ, ରୋଶନ କୁଜୁର, ରୋହିତ କୁଲୁ, ଥଖୋମ କିଙ୍ଗସନ୍ ସିଂହ, ଥନାଓଜାମ ଇଂଗ୍ଲେମେବା ଲୁୱାଙ୍ଗ, ଆଦ୍ରୋହିତ ଏକ୍କା, ଜିତ୍‌ପାଲ (ମଧ୍ୟଭାଗ), ଅରାଇଜିତ ସିଂହ ହୁଣ୍ଡାଲ (ଅଧିନାୟକ), ଗୁରଜିତ ସିଂହ, ସୌରଭ ଆନନ୍ଦ କୁଶୱା, ଦୀଲରାଜ ସିଂହ, ଅର୍ଶଦୀପ ସିଂହ, ଅଜିତ ଯାଦବ (ଅଗ୍ରଭାଗ)।