ରାଣୀ ସୂର୍ଯ୍ୟମୁଖୀ ଦେବୀ ସ୍ମାରକୀ କ୍ରିକେଟ୍‌, ଫାଇନାଲ୍‌ରେ ଓଡ଼ିଶା

ଭୁବନେଶ୍ବର: ଛତିଶଗଡ଼ର ରାଜନନ୍ଦଗାଁଓରେ ଚାଲିଥିବା ରାଣୀ ସୂର୍ଯ୍ୟମୁଖୀ ଦେବୀ ‌ସ୍ମାରକୀ ସର୍ବଭାରତୀୟ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ଫାଇନାଲ୍‌ରେ ଓଡ଼ିଶା ପ୍ରବେଶ କରିଛି। ରବିବାର ସେମିଫାଇନାଲ୍‌ରେ ଓଡ଼ିଶା ୭୯ ରନ୍‌ରେ ୟୁପିସିଏକୁ ପରାସ୍ତ କରିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୧୭୦/୧୦ କରିଥିଲା। ସ୍ବସ୍ତିକ ସାମଲ (୫୨ ରନ୍‌) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ରାକେଶ କେ ୪୩ ରନ୍‌ର ପାଳି ଖେଳିଥିଲେ। ଜବାବରେ ୟୁପିସିଏ ଦଳ ଓଡ଼ିଶା ବୋଲରଙ୍କୁ ସମ୍ନା କରି ନପାରି ୧୭ ଓଭରରେ ୯୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଓଡ଼ିଶାର ସୂର୍ଯ୍ୟକାନ୍ତ ପ୍ରଧାନ (୪-୦-୧୬-୬) ଓ ମୁସ୍ତାକ ବେଗ (୪-୦-୧୬-୨) ସଫଳ ବୋଲର ଥିଲେ। ଘାତକ ବୋଲିଂ ପାଇଁ ସୂର୍ଯ୍ୟକାନ୍ତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର